ବାଲିଅନ୍ତା: ସୋରୁମ୍ ରୁ ଲୁଚାଇକରି ଜିନିଷ ଚୋରି କରି ବନ୍ଧା ହେଲା ଯୁବକ। ପୁଲିସ ସୂଚନା ଅନୁସାରେ। ଭିଶାଲ ସୋରୁମ୍ ର ମ୍ୟାନେଜର ସୁଦୀପ ସାହାଙ୍କ ଲିଖିତ ଅଭଯୋଗ ଆଧାରରେ ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରିବାସହ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଗତକାଲି ତା ୧୨.୦୯.୨୦୨୬ ରାତି ପ୍ରାୟ ୮.୩୦ ରୁ ୯.୩୦ ମଧ୍ୟରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଓଲ୍ଡ ଟାଉନ୍ ଶ୍ରୀରାମ ନଗରର ଅଭିଯୁକ୍ତ ଦେବାଶିଷ ସାମନ୍ତରାୟ ନୂଆଗାଁ ସ୍ଥିତ “ଭିଶାଲ୍ ସୋରୁମ୍’ କୁ କିଣାକିଣି ପାଇଁ ଯାଇଥିଲା। ତା” ପାଖରେ ଏକ ଲାପଟପ୍ ବ୍ୟାଗ୍ ଥିବାରୁ ସୋରୁମ୍ ନିୟମ ଅନୁଯାୟୀ ସିକ୍ୟୁରିଟି ଗାର୍ଡ ତାକୁ ଭିତରକୁ ଛାଡ଼ିଥିଲେ। କିଣାକିଣି ସାରି ବାହାରକୁ ଆସିବା ବେଳେ ଏକଜିଟ୍ ଗେଟ୍ ରେ ଥିବା ଆଲାରାମ୍ ବାଜି ଉଠିଥିଲା। ସୋରୁମ୍ କର୍ମଚାରୀମାନେ ଅଭିଯୁକ୍ତର ବ୍ୟାଗ୍ ଯାଞ୍ଚ କରିବା ବେଳେ ସେଥିରୁ ୧୦ ରୁ ୧୨ ଟି ପାଉଡର, ଫେସୱାସ୍, କ୍ରିମ୍ ଇତ୍ୟାଦି ପ୍ରସାଧନ ସାମଗ୍ରୀ ବାହାରିଥିଲା। ଚୋରି ଧରା ନପଡ଼ିବା ପାଇଁ ଅଭିଯୁକ୍ତ ଜାଣିଶୁଣି ସେହି ସାମଗ୍ରୀ ଗୁଡ଼ିକରୁ ‘ଟ୍ୟାଗ୍’ ଚିରି ବାହାର କରିଦେଇଥିଲା। ବିଲ୍ ମାଗିବାରୁ ଅଭିଯୁକ୍ତ ରସୁଲଗଡ଼ ଭିଶାଲ୍ ମେଗା ମାର୍ଟରୁ ଏହା ଆଣିଥିବା କହିଥିଲା। ମାତ୍ର ରସୁଲଗଡ଼ ସୋରୁମ୍ ସହ ଯୋଗାଯୋଗ କରିବାରୁ ଅଭିଯୁକ୍ତର କଥା ମିଥ୍ୟା ବୋଲି ଜଣାପଡ଼ିଥିଲା। ଚୋରି ଧରାପଡ଼ିବା ପରେ ଅଭିଯୁକ୍ତ ଓଲଟା ସୋରୁମ୍ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ପରେ ପିସିଆର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଥିଲା। ଧଉଳି ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତର ବ୍ୟାଗରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଛି। ସଂଗୃହୀତ ପ୍ରମାଣ ଆଧାରରେ ଅଭିଯୁକ୍ତ ଦେବାଶିଷ ସାମନ୍ତରାୟକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।
