ବାରିପଦା; ୍ୱହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର – ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣୀ – ବାସିଙ୍ଗୀ ମଝିରାସ୍ତା ତିତିଲି ଢ଼ାବା ନିକଟରେ କାର୍ କୁ ସାମନାପଠଟୁ ଏକ ଦୃତଗାମୀ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାର୍ ଚାଳକ ଗୁରୁତର ହେବା ସହ କାର୍ ସମ୍ମୁଖ ଭାଗ ଚୁରମାର୍ ହୋଇଥିବାର ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଆଜି ପବିତ୍ର ଗଣେଶ ଚତୁର୍ଥୀ । ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ନନ୍ଦ ଗଣେଶ ପୂଜା ଉପଲକ୍ଷେ ରାଇରଙ୍ଗପୁର ରୁ ତିରିଂ ସ୍କୁଲ ଅଭିମୁଖେ ନିଜେ କାର ଚଳାଇ ଯାଉଥିବାବେଳେ କାଦୁଆଣି ପାଖରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ରଞ୍ଜନ ସାର୍ ଘଟଣାସ୍ଥଳରେ ଗୁରୁତର ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ ।ତାଙ୍କର ଡାହାଣ ଗୋଡ ଓ ହାତ ଭାଙ୍ଗି ଯାଇଛି ।ଗୁରୁତର ଯୋଗୁଁ ତାଙ୍କୁ ଭୂବନେଶ୍ୱର କିମସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।ରଞ୍ଜନ ସାର୍ ଜଣେ ପରୋପକାରୀ, ମେଳାପି,ଅମାୟିକ, ଛାତ୍ର୍ୱତ୍ସଳ ସାର୍ ।ଖବର ପାଇ ତାଙ୍କର ଶୁଭେଛୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ଓ ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।୍ୱହଳଦା ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।
