Oplus_16908288
ନୀଳଗିରି; ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସ୍ରଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ନୀଳଗିରି ଅବକାରୀବିଭାଗର ରେଞ୍ଜ ଅଧିକାରୀ ନାରାୟଣ ବେହେରାଙ୍କ ତତ୍ତ୍ୱାବଧାନରେ ଆଜି ନୀଳଗିରି ରେଞ୍ଜ ଅଧୀନରେ ଦୁଇଟି ସ୍ଥାନରେ ଏବଂ ବରହମପୁର ପୋଲିସଷ୍ଟେସନ ଅଞ୍ଚଳର ଗୋଟିଏ ସ୍ଥାନରେ ରେଡ୍ କରି ବିପୁଳ ପରିମାଣର ପୋଚ ଓ ଦେଶୀମଦ ଜବତକରି ଦାବିଦାର ନଥିବା ସମସ୍ତ ମଦ ଓ ପୋଚକୁ ସେହିସ୍ଥାନରେ ନଷ୍ଟ କରାଯାଇଥିବା ବିଭାଗୀୟ ସୂଚନା ମିଳିଛି। ସୂଚନା ମୁତାବକ ନୀଳଗିରି ଥାନା ଅଧୀନସ୍ଥ ପୁନ୍ଦାଳ କେନାଲ କଡ଼ରେ ଦୁଇଟି ସ୍ଥାନରେ ଚଢାଉକରି ୭୩୦ଲିଟର ଦେଶୀମଦ ଏବଂ ୯୫୦୦ଲିଟର ପୋଚ , ଅନୁରୂପ ଭାବେ ବରହମପୁର ଥାନା ବେତକଟା ଜଙ୍ଗଲ ମଧ୍ୟରେ ୩୮୦ଲିଟର ଦେଶୀମଦ ଏବଂ ୩୦୦୦ଲିଟର ପୋଚ ମୋଟ ୧୧୧୦ ମଦ ଓ ୧୨୫୦୦ପୋଚ ଜବତକରି ଉକ୍ତ ସ୍ଥାନରେ ନଷ୍ଟ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ଚଢାଉରେ ନୀଳଗିରି ଅବକାରୀ ସବ ଇନ୍ସପେକ୍ଟର ଗାଙ୍ଗୋମଣୀ ହେମ୍ବ୍ରମ, ଏଏସଆଇ ସୁଶାନ୍ତ କୁମାର ରାଉତ, ଅବକାରୀ କନେଷ୍ଟବଳ ସନ୍ତୋଷ କୁମାର ବେହେରା, ତପନ କୁମାର ମଲ୍ଲିକ ସାମିଲଥିଲେ। ଏନେଇ ଅବକାରୀ ଷ୍ଟେସନରେ ୬୬,୧୭୩ ଏବଂ ୧୭୪/୨୬-୨୭ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି।
