ନୀଳଗିରି;ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ନୀଳଗିରି ଡାକ୍ତରଖାନାର ଜଣେ ନର୍ସିଂ ଅଫିସରଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ପୁର୍ବାହ୍ନରେ ମୃତ୍ୟୁଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ନିୟତି ଦାସ ଅଧିକାରୀ (୫୨)। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ନର୍ସିଂ ଅଫିସରଥିବା ନିୟତି ଦାସ ଗତ ୭ତାରିଖରେ ରୋଗୀଙ୍କ ସେବା ସାରିବାପରେ ମେଡିକାଲ ସ୍ଥିତ ବସା ଘରୁ ନିଜ ସ୍କୁଟିରେ ମେଡିକାଲରୁ ବାହାରି ନୀଳଗିରି ବସଷ୍ଟାଣ୍ଡକୁ ତାଙ୍କ ଝିଅକୁ ଆଣିବାପାଇଁ ଯାଉଥିବା ବେଳେ ନୀଳଗିରି ଜେଲ୍?ରୋଡ଼ ରାସ୍ତାରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଜେଲ୍ ପାଖାପାଖି ସ୍ଥାନରେ ସାମ୍ନାପଟୁ ଏକ ଗାଡ଼ି ଦ୍ରୁତଗତିରେ ଆସୁଥ?ିବା ଦେଖି ସେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ ନୀଳଗିରି ଡାକ୍ତରଖାନା, ପରେ ବାଲେଶ୍ୱର ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୫ ଦିନର ଚିକିତ୍ସାପରେ ରବିବାର ପୁର୍ବାହ୍ନରେ ମୃତ୍ୟୁ ଘଟିଛି।
