ପୁରୀ: ବିଶ୍ୱ ମହିଳା ଦିବସ ଅବସରରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଦ ବେଲ୍ ଓମେନ୍ସ କ୍ଲବ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ ଅନୁଷ୍ଠିତ ହୋଇଯାଇଛି।ଚକ୍ରତୀର୍ଥ ରୋଡ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ହଲିଡେ ହୋମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ ଜଣ ମହିଳା ଓ ୨୦ ଜଣ ପୁରୁଷ ରକ୍ତଦାତା ରକ୍ତଦାନ କରିଥିଲେ। ନୂତନ ରକ୍ତଦାତା ସୃଷ୍ଟି ସହିତ ମହିଳା ମାନଙ୍କ ରକ୍ତଦାନ କ୍ଷେତ୍ରରେ ଭାଗିଦାରିତା ବଢ଼ାଇବା ପାଇଁ ଏହି ଶିବିରର ଲକ୍ଷ ବୋଲି ଦ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି । ସୂଚନା ଓ ଲୋକୋ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନ ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ସମସ୍ତେ ରକ୍ତ ଦାନ କ୍ଷେତ୍ରରେ ଆଗଭର ହେବା ଆବଶ୍ୟକ ବୋଲି କହିଥିଲେ।ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ ପ୍ରବନ୍ଧକ ଭୁବନେଶ୍ୱର ଭରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ୍ ସଦାସର୍ବଦା ସାମାଜିକ କାର୍ଯ୍ୟରେ ନିଜର ଭାଗିଦାରିତା ରଖିଥାଏ ବୋଲି କହିଥିଲେ। ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପ୍ରବନ୍ଧକ ହୃଷୀକେଶ ତ୍ରିପାଠୀ , ଷ୍ଟେଟ ବ୍ୟାଙ୍କ୍ ଉପଶାଖା ପ୍ରବନ୍ଧକ ରାଜେଶ କୁମାର ସାହୁ,ବରିଷ୍ଠ ସହାୟକ ଶେଖର କୁମାର ସାହୁ,ସାରଦା ମହାପାତ୍ର ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ।ଏହି ଅବସରରେ ମହିଳା ମାନଙ୍କ ସଶକ୍ତି କରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀମତୀ ଝିମିଲି ପଟ୍ଟନାୟକଙ୍କୁ ଦ ବେଲ୍ ଶକ୍ତି ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ପଣ୍ଡା ପରିଚାଳନା କରି ଥିବାବେଳେ ବେଲ୍ ଓମେନ୍ସ୍ କ୍ଲବ୍ ସଂଯୋଜିକା ସବିତା ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥଲେ।ପ୍ରତ୍ୟେକ ରକ୍ତଦାତାଙ୍କୁ ଏହି ଅବସରରେ ଅନୁଷ୍ଠାନ ତରପରୁ ରକ୍ତଦାତା ବିବରଣୀ ପୁସ୍ତିକା ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମକୁ ବେଲ୍ ୟୁଥ୍ କ୍ଲବ , ଓମେଂନସ କ୍ଲବ ଓ କିଶୋର କ୍ଲବ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।
