କନ୍ଧମାଳ: ପବିତ୍ର ରମଜାନ ମାସ ଅବସରରେ ବାଲିଗୁଡା ଜାମିଆ ମସଜିଦ ରେ ବିଜେଡି ପକ୍ଷରୁ ଇଫତାର ପାର୍ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି ।ଏହି ଇଫତାର ପାର୍ଟି ରେ କନ୍ଧମାଳ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକତା ଓ ଭାଇଚାରା ର ବାର୍ତ୍ତା ବାଣ୍ଟିଛନ୍ତି । ସମସ୍ତ ମୁସଲିମ ସମ୍ପ୍ରଦାୟ ର ଭାଇ ଭଉଣୀ ଙ୍କୁ ରମଜାନ ମାସ ର ଶୁଭେଚ୍ଛା ଜଣେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି।ଏଥିସହ ଭାଇଚାରା ର ସହର ବାଲିଗୁଡା ରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପବିତ୍ର ଇଦ ପର୍ବ ପାଳନ କରିବା କୁ ସନ୍ଦେଶ ଦେଇଛନ୍ତି ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ । ଏହି ଇଫତାର ପାର୍ଟି ରେ ବିଜେଡି ଜିଲ୍ଲା ସମ୍ପାଦକ ପ୍ରମୋଦ ସାହୁ,ପୂର୍ବତନ କାଉନସିଲର ବରୋଦା ପ୍ରସାଦ ମିଶ୍ର, ବିଜେଡି ନେତା ରାମେଶ୍ୱର ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇ ଶୁଭେଚ୍ଛା ଜଣାଇଥିଲେ ।
