ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଉଗ୍ର ହେଉଛି ଇରାନ ଏବଂ ଇସ୍ରାଏଲ-ଆମେରିକା ଲଢେଇ । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ପରେ ଇରାନ ରକ୍ତମୁଖା ହୋଇଛି । ପ୍ରତିଶୋଧ ନେଇ ଇସ୍ରାଏଲ ଏବଂ ଆମେରିକା ଉପରେ ଆକ୍ରମଣ କରୁଛି ଇରାନ । ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଷ୍ଟ୍ରେଟ୍ ଅଫ୍ ହୋର୍ ବନ୍ଦ ଥିବାରୁ ବିଭିନ୍ନ ଦେଶକୁ ତୈଳ ପରିବହନ ହୋଇପାରୁ ନାହିଁ । ଏପରିକି ଗଲ୍ଫ ଦେଶରେ ଯୁଦ୍ଧର ମାହୋଲ ଥିବାରୁ ବିଭିନ୍ନ ତୈଳ ରିଫାଇନରୀ ବନ୍ଦ ରହିଛି । ଏହାରି ଭିତରେ ଭାରତକୁ ବଡ ରିହାତି ଦେଇଛି ଆମେରିକା । ଋଷ ତୈଳ କିଣିବା ପାଇଁ ଆମେରିକା ପ୍ରଶାସନ ଭାରତକୁ କହିଛି ।ଇରାନ ଯୁଦ୍ଧ ଯୋଗୁଁ ହୋଇଥିବା ତୈଳ ସଂଙ୍କଟ ମଧ୍ୟରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରୁଷରୁ ୩୦ ଦିନ ପାଇଁ ଭାରତକୁ ତେଲ ବିକ୍ରି କରିବାକୁ ଅସ୍ଥାୟୀ ଛାଡ ପ୍ରଦାନ କରିଛି ।
