ନୂଆଦିଲ୍ଲୀ: ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ପରିଚାଳିତ ଟି୨୦ ବିଶ୍ୱକପ୍୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି।: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନ୍ୟୁଜିଲାଣ୍ଡକୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି୨୦ ବିଶ୍ୱକପ୍୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି। କୋଲକାତାର ଇଡେନ ଗାର୍ଡେନ୍?ସରେ ବୁଧବାର ନ୍ୟୁଜିଲାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ପରାସ୍ତ କରିଛି। ଦଳ ଆସନ୍ତା ୮ ତାରିଖ ଦିନ ଅହମଦାବାଦରେ ଫାଇନାଲ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲର ବିଜେତା ନ୍ୟୁଜିଲାଣ୍ଡକୁ ମୁକାବିଲା କରିବ। ନ୍ୟୁଜିଲାଣ୍ଡ ଟସ୍ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିଜର ରଣନୀତିକୁ ସଫଳତା ଦେଇଥିଲା। ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୭୦ ରନ୍ର ଟାର୍ଗେଟ ମିଳିଥିଲା। ଆହୁରି ପଢ଼ନ୍ତୁ: ଉକ୍ସସମଳରଗ୍ଧ: ଇଡେନ୍ ଗାର୍ଡେନ୍ସରେ ଦର୍ଶକଙ୍କୁ ମନୋରଂଜନ କଲା ଜାନସେନ୍ଙ୍କ ଧମାକାନ୍ୟୁଜିଲାଣ୍ଡ ପାଇଁ ଟିମ୍ ସେଫର୍ଟ ଓ ଫିନ୍ ଆଲେନ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ ପାଇଁ ୫୫ଟି ବଲ୍?ରୁ ୧୧୭ ରନ୍?ର ଭାଗିଦାରୀ କରିପାରିଥିଲେ। ସେଫର୍ଟ ୩୩ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୭ଟି ଚୋକା ଓ ୨ଟି ଛକା ବଳରେ ୫୮ ରନ୍ ସଂଗ୍ରହ କରିଥିଲେ। ସେହିପରି ଫିନ୍ ଆଲେନ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ୩୩ଟି ବଲ୍ଖେଳି ୧୦ଟି ଚେକା ଓ ୮ଟି ଛକା ବଳରେ ଅପରାଜିତ ୧୦୦ ରନ୍ ସଂଗ୍ରହ କରିଥିଲେ। ଉଭୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ମୁକାବିଲା କରିପାରି ନଥିଲେ। ରଚିନ ରବିନ୍ଦ୍ର ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଛି।
