ଭୁବନେଶ୍ୱର,୪ା୩: ହୋଲି ପାଳନ ବେଳେ ଓଡ଼ିଶାର ପୃଥକ ପୃଥକ ସ୍ଥାନରେ ଘଟିଛି ଅଘଟଣ। ହୋଲି ଖେଳିସାରି ଗାଧୋଇବା ସମୟରେ ବୁଧବାର ଦିନ ବିଭିନ୍ନ ସ୍ଥାନରେ ଜଣେ ବାଳକ ସମେତ ୩ ଜଣଙ୍କ ପ୍ରାଣହାନି ଘଟିଛି। ଏଥିରୁ ଯାଜପୁର ଜିଲ୍ଲାରେ ଦୁଇଟି ଘଟଣା ଘଟିଥିବା ବେଳେ, ତୃତୀୟ ଘଟଣା କଟକ ଜିଲ୍ଲାରେ ଘଟିଛି। ଯାଜପୁରରୁ ଏକ ରିପୋର୍ଟରେ କୁହାଯାଇଛି ଯେ ବ୍ୟାସନଗର ଅଞ୍ଚଳରେ ଅପରାହ୍ନରେ ହୋଲି ପାଳନ ପରେ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ସଂଗ୍ରାମ ଅଜିତାଭ ଦାସ (୪୦) ନାମକ ଜଣେ ବ୍ୟକ୍ତି ବୁଡ଼ି ଯାଇଥିଲେ।
