ମୁମ୍ବାଇ,୪ା୩: ପ୍ରସିଦ୍ଧ ଥିଏଟର ଏବଂ ଚଳଚ୍ଚିତ୍ର ଅଭିନେତା ବିଜୟ କୃଷ୍ଣଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ଏହି ଅଭିନେତାଙ୍କ ବୟସ ୮୧ ବର୍ଷ ହୋଇଥିଲା। ବିଜୟ ଅନକେଗୁଡ଼ିଏ ସିନେମାରେ ଅଭିନୟ କରିନଥିଲେ ମଧ୍ୟ ଦେବଦାସରେ ତାଙ୍କ ଅଭିନୟକୁ ଚଳଚ୍ଚିତ୍ର ଦର୍ଶକମାନେ ମନେ ରଖିଛନ୍ତି। ସଞ୍ଜୟ ଲୀଲା ବଂଶାଲୀଙ୍କ ଚଳଚ୍ଚିତ୍ରରେ ବିଜୟ ଦେବଦାସ (ଶାହାରୁଖ ଖାନଙ୍କ ପିତା) ନାରାୟଣଦାସ ମୁଖାର୍ଜୀଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଅନ୍ୟ ଚଳଚ୍ଚିତ୍ର ପ୍ରଦର୍ଶନ ମଧ୍ୟରେ ଗୁଜାରିଶ (୨୦୧୦), ପିକେ (୨୦୧୪), ଚେନ୍ କୁଲି କି ମୈଁ କୁଲି (୨୦୦୭), ଏବଂ ରିଚାର୍ଡ ଆଟେନବରୋ ଚଳଚ୍ଚିତ୍ର ଗାନ୍ଧୀ (୧୯୮୨) ଅନ୍ତର୍ଭୁକ୍ତ। ବିଜୟଙ୍କ ସବୁଠାରୁ ଉଲ୍ଲେଖନୀୟ ଅଭିନୟ ଥିଲା ଲୋକପ୍ରିୟ ମହେଶ ଦତ୍ତାନୀ ନାଟକ ଡ୍ୟାନ୍ସ ଲାଇକ୍ ଏ ମ୍ୟାନ୍, ଯାହା ପାଇଁ ସେ ୨୫ ବର୍ଷରୁ ଅଧିକ ସମୟ ଧରି ପ୍ରଦର୍ଶନ କରିଥିଲେ। ନାଟକରେ ବିଜୟଙ୍କ ସହ କାମ କରିଥିବା ଲିଲେଟ୍ ଦୁବେ ତାଙ୍କ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଦିବଂଗତ ଅଭିନେତାଙ୍କ ବିଷୟରେ ଏକ ମର୍ମସ୍ପର୍ଶୀ ଲେଖା ପୋଷ୍ଟ କରି ଲେଖିଛନ୍ତି, ‘ଆମର ପ୍ରିୟ ବିଜୟ କୃଷ୍ଣଙ୍କ ଦେହାନ୍ତ ହୋଇଛି। ଜଣେ ଚମତ୍କାର ଅଭିନେତା। ତୁମକୁ କେବେ ଭୁଲିଯିବି ନାହିଁ। ତୁମେ ଆମ ସମସ୍ତଙ୍କୁ ଏଠାରେ ଯେପରି ମନୋରଞ୍ଜନ କରିଛ, ସେହିପରି ତୁମେ ଦେବଦୂତମାନଙ୍କୁ ମନୋରଞ୍ଜନ କର।
