କଟକ: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ସଫଳତା ମିଳିଛି । ବଲାଙ୍ଗୀର ଓ ବରଗଡକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘୋଷଣା କରିଛନ୍ତି । ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ,ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ୱିତ ପଦକ୍ଷେପ ଏବଂ ସ୍ଥାନୀୟରକ୍ତରଞ୍ଜିତ ସରଣ୍ଡା, ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହେଲେ କୋବ୍ରା କମାଣ୍ଡାଣ୍ଟ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନା ଅନ୍ତର୍ଗତ ସରଣ୍ଡାର ଟିମନା ଗ୍ରାମ ନିକଟରେ ଆଜି ସକାଳ ୫ଟା ସମୟରେ ଆଇଇଡି ବିସ୍ଫୋରଣରେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଅଜୟ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି ।ସୂଚନା ମୁତାବକ, ୨୦୯ କୋବ୍ରା ବାହିନୀର ଯବାନମାନେ ଗତ ରାତିରୁ ଟିମନା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଆଜି ସକାଳ ୫ଟା ସମୟରେ ଯବାନମାନେ ଘଞ୍ଚ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ପୂର୍ବରୁ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏହିବିସ୍ଫୋରଣରେ ଶ୍ରୀ ମଲ୍ଲିକଙ୍କ ବାମ ପଟ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ସାଥୀ ଯବାନମାନେ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ରାଞ୍ଚି ପଠାଇବାର ବ୍ୟବସ୍ଥା କରୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବ। ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।
