ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ସାନ ଗୁଡ଼ିଆଳି ଗ୍ରାମରେ ବିଷାକ୍ତ ରଣା ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରଜନୀ ଡାକୁଆ (୩୮) । ଘର ଭିତରେ ସେ ଶୋଇଥିବା ବେଳେ ଏହି ସାପ ତାଙ୍କ ଶେଯ ତଳେ ଥିଲା ଓ ହଠାତ ତାଙ୍କୁ କାମୁଡ଼ିଥିଲା। ତାଙ୍କୁ ତୁରନ୍ତ ପ୍ରଥମେ କୋଦଳା ମେଡିକାଲ ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶବ ବ୍ୟବଛେଦ ହେବା ପରେ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ଘରେ ତାଙ୍କ ସ୍ୱାମୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କୁ ସରକାରୀ ସହାୟତା ଦେବା ପାଇଁ ଦାବୀ ହୋଇଛି।
