ପୁରୀ: ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପରିବାର ଆନୁକୁଲ୍ୟରେ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଚନ୍ଦନ ହଜୁରୀ ରୋଡ଼ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ସଭାଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ମୁଖ୍ଯ ଅତିଥି ଭାବେ କଟକ ସୁବୋଧକୃଷ୍ଣ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱାମୀ କ୍ରିଷ୍ଣା ପ୍ରେମାନନ୍ଦ ସରସ୍ୱତୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି କହିଲେ ରକ୍ତଦାନ ମହତଦାନ । ମହିଳା ଓ ପୁରୁଷଙ୍କ ସମେତ ଛାତ୍ରଛାତ୍ରୀ ମାନେ ଜୀବନରେ ରକ୍ତଦାନ କରିବା ଦ୍ୱାରା ଅନେକ ଜୀବନ ବଞ୍ଚିପାରିବ । ରକ୍ତଦାନ କରିବା ଦ୍ୱାରା ଅନେକ ରକ୍ତ ହୀନତା ରୋଗୀ, ମହିଳା ପ୍ରସୂତୀ ରୋଗୀ ଓ ରକ୍ତ ପାଇପାରୁନଥିବା ରୋଗୀ ଲୋକମାନେ ଉପକୃତ ହୋଇପାରିବେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସମାଜସେବୀ ରବୀନ୍ଦ୍ରନାଥ ପଣ୍ଡା, ସମାଜସେବୀ ରାକେଶ ଦାସ, ବିନାୟକ ଶିକ୍ଷାମନ୍ଦିରର ଚେୟାରମ୍ୟାନ ନିରଞ୍ଜନ ପରିଡ଼ା, ଡକ୍ଟର ହିତବ୍ରତ ବାହିନୀପତି ଶ୍ୟାମପ୍ରକାଶ ସେନାପତି, ଅନୁଷ୍ଠାନର ଆଇନ ପରାମର୍ଶଦାତ୍ରୀ ସୁଦେଶା ପଣ୍ଡା, ସମାଜସେବୀ ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହ ରକ୍ତଦାନ ପାଇଁ ପରାମର୍ଶ ଦେଇଥିଲେ। ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁଚରିତା ପାଢ଼ୀଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ବିଶେଷ ଭାବେ ମହିଳା ରକ୍ତଦାତା ଏବଂ ଅନୁଷ୍ଠାନର ମହିଳା ସଦସ୍ୟା ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ରକ୍ତଦାନ କରିଥିବା ମହିଳା, ଯୁବକ, ଯୁବତୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ପୁରୀ ମୁଖ୍ଯଚିକିତ୍ସାଳୟ ରକ୍ତଭଣ୍ଡାର ର ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ସନ୍ଧ୍ୟାପଣ୍ଡା , ପୂର୍ଣ୍ଣିମା ଦାସ, ଜୟନ୍ତୀ ବାରିକ, ସୁଷମା ବେହେରା, ପ୍ରଭାତୀ ପରିଡ଼ା, ସ୍ୱର୍ଣ୍ଣ ଦାସ, ପୂର୍ଣ୍ଣିମା ରଥ ,ଭୁବନେଶ୍ୱରୀ ଭୂୟାଁ, ନମିତା ନାୟକ ବାସନ୍ତୀ ସାହୁ ରବୀନ୍ଦ୍ର ଜେନା ,ହରଷ ରାଉତ ,ରାଜେନ୍ଦ୍ର ସ୍ୱାଇଁ ,ରାଜେଶ୍ୱରୀ ରଥଙ୍କ ସମେତ ପୁରୀର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
