ରଘୁନାଥପୁର: ରଘୁନାଥପୁର ଥାନା ଅଧିନ ପୂରଣ ଆଦିବାସୀ ସାହିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀକୁ ୮ଦିନ ପରେ ବି ପୋଲିସ ଗିରଫ କରିନଥିବାରୁ ଆଜି ଶତାଧିକ ମହିଳା, ଛାତ୍ରୀ ଏବଂ ପୁରୁଷ ଶୋଭାଯାତ୍ରାରେ ଯାଇ ଥାନା ଘେରାଉ କରିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ତା ବିରୁଦ୍ଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆଦିବାସୀମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବା, ମହିଳା, ଛାତ୍ରୀ ଓ ଶିଶୁକନ୍ୟାଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଏହି ସାହିରେ ସମସ୍ତ ପ୍ରକାର ମଦ-ମାଦକ ଦ୍ରବ୍ଯକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ୪ଦଫା ସମ୍ବଳିତ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଈଥିଲା। ଏହି ବିକ୍ଷୋଭରେ ଅଲ୍ ଈଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ଜଗତସିଂହପୁର ଜିଲ୍ଲା ସଂପାଦିକା ପ୍ରମୋଦିନୀ ମିଶ୍ର,ସହସଂପାଦିକା ସ୍ୱର୍ଣ୍ଣଲତା କାଣ୍ଡି, ଶ୍ରମିକ ନେତା କମ୍ରେଡ଼ ରାଜକିଶୋର ମଲ୍ଲିକ, ଏସ୍, ୟୁ, ସି, ଆଇ (ସି)ଜଗତସିଂହପୁର ଜିଲ୍ଲା ସଂପାଦକ କମ୍ରେଡ଼ ସୁବାସ ସ୍ୱାଇଁ,ସଂଗଠକ କମ୍ରେଡ଼ ପ୍ରଦିପ୍ତ ରାମ ପ୍ରମୂଖ ବକ୍ତ୍ୟବ ରଖିଥିଲେ। ରେଣୁ ମହାରଣା, ସମୀକ୍ଷା କାଣ୍ଡି, ସଜନୀ ସିଂ, ସବିତା ସିଂ, ଲକ୍ଷ୍ମୀ ସିଂ, ବସି ସିଂ, ଶ୍ଯାମ ସିଂ, ମଙ୍ଗୁଳି ଦାସ ଏବଂ ଅଭିମନ୍ୟୁ ଭୋଇ ପ୍ରମୂଖ ଆନ୍ଦୋଳନର ନେତ୍ରୁତ୍ୱ ନେଇଥିଲେ। ପ୍ରଦିପ୍ତ କୁମାର ନାୟକ, ରଘୁନାଥପୁର
