ପୁରୀ: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା, ପୁରୀ ଆନୁକୂଲ୍ୟରେ ଦୁଇଦିନିଆ ଚାଲିଥିବା ଜାତୀୟ ଆଲୋଚନା ଚକ୍ର ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନ ଉତ୍ସବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ଯେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ଏକ ଓ ଅଭିନ୍ନ । ଶ୍ରୀମଦ ଶଙ୍କରାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସ୍ତୁତି କରିଥିବା ଶ୍ରୀଜଗନ୍ନାଥ ଅଷ୍ଟକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପରେ ଶ୍ରୀକୃଷ୍ଣ ଓ ରାଧାଙ୍କର ଯୁଗଳ ମୂର୍ତ୍ତିକୁ ବନ୍ଦନା କରିଥିଲେ । ଶ୍ରୀମଦ ଶଙ୍କରାଚାର୍ଜ୍ୟଙ୍କ ଠାରୁ ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀର ଗୀତ ଗୋବିନ୍ଦ ରଚୟିତା ଜୟଦେବ, ଆସାମର ଶଙ୍କରାନନ୍ଦ ଏବଂ ପଞ୍ଚଦଶ ଶତାବ୍ଦୀର ପଞ୍ଚସଖା ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ ଓ ଜଗନ୍ନାଥ ଦାସ ଉତ୍କଳୀୟ ବୈଷ୍ଣବ ଚେତନାରେ ଶ୍ରୀଜଗନ୍ନାଥଙ୍କୁ ଆରାଧ୍ୟ୍ୟ ଓ ଶ୍ରୀ ଚୈତନ୍ୟ ଠାକୁର ଗୌଡିୟ ବୈଷ୍ଣବ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ ଆରାଧ୍ୟ୍ୟ କହିଥିଲେ । ଯାହା ଜ୍ଞାନମିଶା ଭକ୍ତି ଓ ରାଗା ନୁଗା ଭାବ ରୂପେ ସମସ୍ତ ଭକ୍ତ ସମାଜକୁ ଅନୁପ୍ରାଣିତ କରିଛି । ତେଣୁ ଶ୍ରୀଜଗନ୍ନାଥ ସକଳ ସମ୍ପ୍ରଦାୟର ଆରାଧ୍ୟ୍ୟ ଓ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଦାୟୀ ଅଟନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ କୁଳପତି ଡକ୍ଟର ହରିହର ହୋତା, ବିଶିଷ୍ଟ ଅତିଥିଭାବେ ଉତ୍ତରାଖଣ୍ଡର ବ୍ରହ୍ମଚାରୀ ମହେଶ ପ୍ରକାଶଜୀ ମହାରାଜ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନିର୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଇଂ ରାଜେଶ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ବିନୟ ନୃସିଂହ ମହାପାତ୍ର, ପ୍ରଫେସର କାର୍ତ୍ତିକ କୁମାର ଦାସ, ଡକ୍ଟର ହରପ୍ରିୟା ଦାଶ, ଡକ୍ଟର ଅଭିମନ୍ୟୁ ଭୂୟାଁ ଓ ସୂଚନା ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ କ୍ଷ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ପ୍ରତିଭା ତ୍ରିପାଠୀ । ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ ।ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟାପକ ଅଶୋକ କୁମାର ମିଶ୍ର, ପ୍ରଫେସର ନୃସିଂହା ନନ୍ଦ ମହାପାତ୍ର, ବିଶିଷ୍ଟ ଗବେଷିକା ଗୋଲାପ ନନ୍ଦ, ଶାନ୍ତିଲତା ରଥ, ଦୟାନିଧି ତ୍ରିପାଠୀ, ପ୍ରଫେସର ରବିଶଙ୍କର ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ଗବେଷକ ଭାଗିରଥି ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଡକ୍ଟର ଶାନ୍ତିଲତା ମହାନ୍ତି ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ହରିହର ହୋତା, ବ୍ରହ୍ମଚାରୀ ମହେଶ ପ୍ରକାଶଜୀ ମହାରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ରେ ଐତିହାସିକ ମଦନ ମୋହନ ମହାପାତ୍ର ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଶିକ୍ଷାବିତ ଚାରୁଲତା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ଉତ୍ସବ ଅବସରରେ ବିଶ୍ୱରେ ଶାନ୍ତି ଓ ସଂହତି ପ୍ରତିଷ୍ଠା ପାଇଁ ଟ୍ରଷ୍ଟର ଉପଦେଷ୍ଟା ପ୍ରାକ୍ତନ ବିଚାରପତି ମାନସ ମିଶ୍ରଙ୍କ ନେତୃତ୍ୱରେ ଏକ ନୀରବ ଶାନ୍ତି ଓ ସଦଭାବନା ଶୋଭାଯାତ୍ରା ଆଚାର୍ଯ୍ୟ ହରିହର ଛକ ଠାରୁ ବାହାରି ସୁବାଷବୋଷ ଛକ ଠାରେ ଶେଷ ହୋଇଥିଲା । ଉଦଘାଟନ ଉତ୍ସବ ସନ୍ଧ୍ୟାରେ ଯୋଗାଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଏକ ଯୋଗ ପ୍ରଦର୍ଶନୀ ଓ ଶାସ୍ତ୍ରୀୟ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା । ସର୍ବାଣୀ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ତପନ କୁମାର ସେଠୀ, ସୌମ୍ୟ ରଞ୍ଜନ ମଲ୍ଲିକ, ନୃସିଂହ ଚରଣ ମହାନ୍ତି, ବନମାଳୀ ପୃଷ୍ଟି, ସନ୍ଦୀପ କର୍ମକାର, ଟି ପ୍ରକାଶ ରାଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
