ନୂଆଦିଲ୍ଲୀ : ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆ ଆଇସିସି ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସୁପର୮ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ଆଶା ଜୀବିତ ରଖିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ବିସ୍ଫୋରକ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ଟୁର୍ନାମେଣ୍ଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିବାରେ ସାହାଯ୍ୟ କରିଛନ୍ତି। ଭାରତ ୪ ଉଇକେଟ ହରାଇ ୨୫୬ ରନ୍ କରିଥିଲା। ପ୍ରଥମ ଇନିଂସରେ, ଟିମ୍ ଇଣ୍ଡିଆ ଏକ ଚମତ୍କାର ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା, ଯାହା ପୂର୍ବରୁ ଟି୨୦ ବିଶ୍ୱକପରେ କେବେ ହୋଇ ନ ଥିଲା। ଟିମ୍ ଇଣ୍ଡିଆର ୬ଜଣ ଖେଳାଳି ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରିବାକୁ ଆସି ୧୫୦+ ଷ୍ଟ୍ରାଇକ ରେଟ୍ରେ ୨୦ରୁ ଅଧିକ ରନ୍ କରିଥିଲେ। ଏହା ଟୁର୍ନାମେଣ୍ଟଇତିହାସରେ ପ୍ରଥମ ଯାହାକି ଗୋଟିଏ ଦଳର ୬ଜଣ ବ୍ୟାଟର ଗୋଟିଏ ଇନିଂସରେ ୨୦ରୁ ଅଧିକ ରନ୍ କରିଥିଲେ ଏବଂ ସେମାନଙ୍କର ଷ୍ଟ୍ରାଇକ୍ ରେଟ ୧୫୦ର ଅଧିକ ଥିଲା। ୨୦୦୭ରେ ଆରମ୍ଭ ହୋଇଥିବା ଆଇସିସି ଟି୨୦ ବିଶ୍ୱକପ ଟୁର୍ନାମେଣ୍ଟଣ୍ଟରେ ଏପରି ସଫଳତା ପୂର୍ବରୁ କେବେ ହାସଲ ହୋଇ ନ ଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଟିମ୍ ଇଣ୍ଡିଆର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ। ସଞ୍ଜୁ ପ୍ରଥମ ଓଭରରେ ଏକ ଛକା ସହିତ ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ସାମସନ ୧୫ବଲରେ ୨୪ରନ କରିବା ପରେ ଆଉଟ ହୋଇଥିଲେ, ୧୬୦ଷ୍ଟ୍ରାଇକ ରେଟ ସହିତ। ଅଭିଷେକ ଶର୍ମା ଏବଂ ଇଶାନ କିଶାନ ଦ୍ୱିତୀୟ ଉଇକେଟ ପାଇଁ ୭୨ ରନ୍ର ଭାଗୀଦାରି କରିଥିଲେ। ଇଶାନ ୧୫୮.୩୩ ଷ୍ଟ୍ରାଇକ ରେଟ୍ ସହିତ ୩୮ ରନ୍ କରିଥିଲେ। ସେହିପରି ଅଭିଷେକ ୫୫ରନ୍ର ଇନିଂସରେ ୧୮୩.୩୩ ଷ୍ଟ୍ରାଇକ ରେଟ ସହିତ ୪ଟି ଚୌକା ଏବଂ ସମାନ ଛକା ମାରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୩ ବଲ୍ରେ ୨୫୩ ଷ୍ଟ୍ରାଇକ ରେଟ୍ରେ ୩୩ ରନ୍ କରିଥିଲେ। ସେ ତାଙ୍କ ଇନିଂସରେ ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ଶେଷ ଓଭରରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ ୨୫୬ ରନ୍ର ବିଶାଳ ସ୍କୋରରେ ପହଞ୍ଚାଇ ଥିଲେ। ହାର୍ଦ୍ଦିକ ୨୩ ବଳ୍ ୨ଟି ଚୌକା ଏବଂ ୪ଛକା ସହାୟତାରେ ଅପରାଜିତ ୫୦ ରନ କରିଥିଲେ, ଯାହା ତାଙ୍କୁ ୨୧୭.୩୯ ଷ୍ଟ୍ରାଇକ ରେଟ୍ ଦେଇଥିଲା। ଏପରିକି ତିଲକ ବର୍ମା ୧୬ ବଲ୍ରେ ୩ଟି ଚୌକା ଏବଂ ୪ ଛକା ସହିତ ଅପରାଜିତ ୪୪ ରନ କରିଥିଲେ। ଯାହା ୨୭୫ ଷ୍ଟ୍ରାଇକ ରେଟ୍ ରହିଥିଲା।
