ବାରିପଦା ; ଦିନକୁ ଦିନ ମୋରଡା ଥାନା ଇଲାକାରେ ଚୋର ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।କେତେବେଳେ ଚିତ୍ରଡା ଫାଣ୍ଡି ସମ୍ମୁଖରୁ ପୋଲିସ କୁ ଚ୍ୟାଲେଞ୍ଜ ଦେଇ ବାଇକ ଓ ଘରେ ପଶି ଟଙ୍କା ନେଇଯାଉଥିବା ବେଳେ ଆଉ କେତେବେଳେ ଥାନା ରୁ ଦୁଇଶହ ମିଟର ଦୂରରୁ ବାଇକ ଚୋରୀ କରି ନେଉଥିବାର ଖବର ରହିଛି।ତେବେ ମୋରଡା ଥାନା ଆଇଆଇସି ଲୋକ ଦେଖାଣିଆ କେବଳ ବାଲି, ମଦ ପଛରେ ସବୁକାମ ଛାଡି ପଡିଥିବା ବେଳେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ତେବେ ପୋଲିସ ର ପାରିବାପଣିଆ କୁ ଚ୍ୟାଲେଞ୍ଜ ଦେଇ ଶନିବାର ରାତିରେ ଶୀର୍ଷାପାଳ ଛକ ନିକଟରୁ ଏକ ପିକ ଅପ ଗାଡି ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଯେ ଚିତ୍ରଡା ର ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଡିପୋ ର ମାଲିକ ବିଶ୍ୱଜିତ ସାହୁ ବସ୍ତା ଥାନା ଅଧିନ ସେକ ସମିରୁଦ୍ଧିନ ଙ୍କ ନିକଟରୁ ଲିଜ ରେ ଏକ ଧଳା ରଙ୍ଗର ପିକ ଅପ ଆଣି ନିଜ ବ୍ୟବସାୟ ରେ ନିୟୋଜିତ କରିଥିଲେ।ପ୍ରତିଦିନ ଭଳି ଶନିବାର ରାତିରେ ମଧ୍ୟ ସେ ଶୀର୍ଷାପାଳ ଛକ ନିକଟରେ ଥିବା ତାଙ୍କ ଘର ସମ୍ମୁଖରେ ଗାଡି ଟିକୁ ରଖି ଘରକୁ ଯାଇଥିଲେ।ତେବେ ସକାଳୁ ଉଠି ଦେଖିଲା ବେଳକୁ ଉକ୍ତ ଗାଡି ଟିକୁ ଦୁର୍ବୁତ୍ତ ମାନେ ଚୋରୀ କରି ନେଇ ଯାଇଛନ୍ତି।ତେବେ ଫାଣ୍ଡି ରୁ ଦୁଇଶହ ମିଟର ଦୂରରେ ଥିବା ଶୀର୍ଷାପାଳ ଛକ ରୁ ଚାରିଚକିଆ ଗାଡି ଚୋରୀ ହେବା ପୋଲିସ ର ପାରିବାପଣିଆ କୁ ପଦା ରେ ପକାଇଛି।ତେବେ ଏନେଇ ସେ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
