ବ୍ରହ୍ମପୁର : ଦିନକୁ ଡିନ ବଢ଼ି ଚାଲିଛି ଦୁବୃର୍ତ୍ତଙ୍କ ଦାଦାଗିରି ଦାଦା ବଟି ଆଦାୟକୁ ନେଇ ଜଣେ ଠିକାଦାରଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବା ବେଳେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି। ଠିକାଦାର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଠାରେ ଶୁଭେନ୍ଦୁ ଶେଖର ସାହୁ ଓରଫ ସିଲୁ ନାମକ ଜଣେ ଠିକାଦାରଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଦାଦା ବଟି ନ ଦେବାରୁ ଶୁଭେନ୍ଦୁ ଶେଖରଙ୍କୁ ଆକ୍ରମଣ କରାଯାଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଠିକାଦାର ମାନଙ୍କ ଭିଡ଼ ଜମିଥିବା ବେଳେ ଲିଖିତ ଆକାରରେ ଥାନାରେ ଅଭିଯୋଗ ହୋଇଛି ।
