ବାଲୁଗାଁ:-ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ଗୁରୁବାର ଦିନ ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଓ ବାଣପୁର ଥାନା ଅନ୍ତର୍ଗତ ଶାଳିଆ କେନାଲ ରୋଡ଼ ଅଞ୍ଚଳରେ ଚଢାଉ କରି ୯୪ ଲିଟର ଦେଶୀ ମଦ ଜବତ କରିବାସହ୍ ୩ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଯାହାର ଆନୁମାନିକ ମୁଲ୍ୟ ୧୮ ହଜାର ୮୦୦ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ (୫୦) ନିକଟରୁ ୩୦ ଲିଟର ଦେଶୀମଦ ଏବଂ ବାଣପୁର ଥାନା ଅନ୍ତର୍ଗତ ଦଣ୍ଡିଗାଡିଆ ଗ୍ରାମର କୈଳାସ ଦଳେଇଙ୍କ (୪୯) ନିକଟରୁ ୧୪ ଲିଟର ଓ ଝିଣ୍ଟିକାପଲ୍ଲୀ ଗ୍ରାମର ସୁବ୍ରତ ପରିଡାଙ୍କ (୨୫) ନିକଟରୁ ୫୦ ଲିଟର ଦେଶୀମଦ ଜବତ ହୋଇଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ କେଶ ନଂ ୨୯୬,୨୯୭ ଓ ୨୯୮/୨୫-୨୬ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ଏଏସଆଇ ମୀନକେତନ ମହାଳିକ,କନେଷ୍ଟବଳ ସୁନିତା ମହାରଣା,ଅଶେଷ କୁମାର ପ୍ରଧାନ,ରଞ୍ଜିତ ପଟେଲ ,ମନୋଜ କୁମାର ଜୟସିଂହ ପ୍ରମୁଖ ସାମିଲ ଥିଲେ।
