ନୂଆଦିଲ୍ଲୀ: ପେରୁର ଆରେକ୍ୱିପା ଅଞ୍ଚଳରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ମୋଟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବାୟୁସେନା ପକ୍ଷରୁ ସୋମବାର ଦିନ କୁହାଯାଇଛି। ରବିବାର ଅପରାହ୍ନରେ ଏମଆଇ-୧୭ ହେଲିକପ୍ଟରଟି ରେଡିଓ ଯୋଗାଯୋଗ ହରାଇଥିଲା ଏବଂ ପେରୁ ବାୟୁସେନା ମୋଣ୍ଡାରେ ୧୫ ଜଣଙ୍କର ମୃତଦେହ ପାଇଥିଲା। ଉଦ୍ଧାରକାରୀ ଦଳ ୪ ଜଣ କ୍ରୁ ସଦସ୍ୟଙ୍କ ସହିତ ଏଥିରେ ଥିବା ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ରୁୁଷିଆ ନିର୍ମିତ ବିମାନଟି ଇକା ଅଞ୍ଚଳର ପିସ୍କୋ ସହରରୁ ଉଡ଼ାଣ କରିଥିଲା। ହେଲିକପ୍ଟରଟି ଆରେକ୍ୱିପାରେ ବନ୍ୟା ପୀଡିତଙ୍କ ପାଇଁ ଉଦ୍ଧାର କାର୍ଯ୍ୟ କରୁଥିଲା ଉଦ୍ଧାରକାରୀମାନେ ଏହାକୁ ଆରେକ୍ୱିପାରେ ଚାଲା ସହରରେ ୩୦୦ କିଲୋମିଟର ଦୂରରେ ଠାବ କରିଥିଲେ। ରବିବାର ଅପରାହ୍ନରେ ହେଲିକପ୍ଟରଟି ରେଡିଓ ଯୋଗାଯୋଗ ହରାଇ ଦେଇଥିଲା।
