ଆମଷ୍ଟରଡମ: ନେଦରଲ୍ୟାଣ୍ଡର ସବୁଠାରୁ କମ ବୟସ୍କ ଏବଂ ପ୍ରଥମ ଖୋଲାଖୋଲି ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ଭାବେ ୩୮ ବର୍ଷୀୟ ମଧ୍ୟମୁଖୀ ରବ ଜେଟେନ ଶପଥ ନେଇଛନ୍ତି। ଅକ୍ଟୋବର ମାସ ନିର୍ବାଚନରେ ତାଙ୍କ ଦଳ ଡି-୬୬ ଇସଲାମ ବିରୋଧୀ ପପୁଲିଷ୍ଟ ପାର୍ଟି ଫର ଫ୍ରିଡମର ଗିର୍ଟ ୱାଇଲ୍ଡର୍ସଙ୍କୁ ଅଳ୍ପ ଭୋଟରେ ପରାସ୍ତ କରିଥିଲା। ନୂତନ ମେଣ୍ଟ ଗଠନ କରିବା ପାଇଁ, ଡି-୬୬ ଦକ୍ଷିଣପନ୍ଥୀ ଖ୍ରୀଷ୍ଟିଆନ ଡେମୋକ୍ରାଟସ୍ ଏବଂ ଦକ୍ଷିଣପନ୍ଥୀ ଠଠଊ ସହିତ ମିଶିଥିଲା, ନିମ୍ନ ସଦନରେ ୧୫୦ ଆସନ ମଧ୍ୟରୁ ମାତ୍ର ୬୬ ଆସନ ପାଇଥିଲା।

ଜେଟେନ ପ୍ରଥମ ଥର ପାଇଁ ୨୦୧୭ ରେ ଡି ୬୬ ଦଳ ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ। ଜେଟେନ୍ ନେଦରଲ୍ୟାଣ୍ଡର ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଏବଂ ବର୍ତ୍ତମାନ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ଙ୍କ ଅଧୀନରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୧୯୯୦ ସ୍ତର ତୁଳନାରେ ୨୦୩୦ ମସିହାରେ ଡଚ୍ କାର୍ବନ ନିର୍ଗମନକୁ ୬୦% ହ୍ରାସ କରିବା ପାଇଁ ୧୨୦ଟି ପଦକ୍ଷେପ ସହିତ ଏକ ଜଳବାୟୁ ଆଇନ ପ୍ୟାକେଜକୁ ସମର୍ଥନ କରିଥିଲେ।
