ପୁରୀ: ଅପରେସନ ଚକ୍ର ଅଭିଯାନରେ ପୁଣି ଜଣେ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି ବାରବାଟୀ ଜାଗାରେ ବ୍ରାଉନ ସୁଗାର ବିକିବା ପାଇଁ ନିଶାଗ୍ରସ୍ତ ଯୁବକ ମାନଙ୍କୁ ଅପେକ୍ଷା କରିଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ଆସାମୀ କୁ ଗିରଫ କରିବା ସହିତ ତାଠାରୁ ୧୦.୪୦ ଗ୍ରାମ୍ ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଆଜି ସେମାନଙ୍କୁ ମାନ୍ୟବର ଜିଲ୍ଲା ଜଜ୍, ପୁରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଜାମିନି ନାମାଞ୍ଜୁର ହେବାରୁ , ତାକୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଆସାମୀ ନାମରେ ପୂର୍ବରୁ ଏକ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ଟାଉନ ଥାନାରେ ରହିଛି। ଟାଉନ ଥାନା କେସ ନମ୍ବର ୧୨୧/୨୦୨୬, ଦଫା-୨୧(ଖ) ଏନ୍ ଡିପିଏସ ଗିରଫ ଅଭିଯୁକ୍ତ ହେଲେ ସୁଦାମ ଦାସ (୨୬), ପି- ବଟକୃଷ୍ଣ ଦାସ, ନୂଆସାହୀ, ବାରବାଟୀ ଜାଗା, ପୁରୀ।ଜବତ ସାମଗ୍ରୀବ୍ରାଉନ ସୁଗାର- ୧୦.୪୦ ଗ୍ରାମ୍ ଓ ମୋବାଇଲ୍ ଫୋନ୍ – ୧ ଟା ରହିଛି ।
