ପୁରୀ: ନବକଳେବର ରୋଡ ମଧୁବନ ଦ୍ୱିତୀୟ ଗଳି ସ୍ଥିତ ବିନାୟକ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକ ସାଂସ୍କୃତିକ ଉତ୍ସବ ଶରଧାବାଲି ସ୍ଥିତ ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ଉତ୍ସବରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଓସେପା ଯୁଗ୍ମ ନିର୍ଦ୍ଦେଶିକା ମମତା ମିଶ୍ର ଯୋଗଦେଇ କହିଲେ ଛାତ୍ରଛାତ୍ରୀ ମାନେ ଭଲପାଠ ପଢ ଓ ଚରିତ୍ରବାନ ହୋଇ ବ୍ଯକ୍ତିତ୍ୱ ଅର୍ଜନ କର । ବିଦ୍ୟାଳୟର ଉତ୍ତରୋତ୍ତର କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁସନ୍ଧାନ ପିଲାଙ୍କ ବିଜ୍ଞାନକେନ୍ଦ୍ର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ଦାଶ, ପୁରୀ ସଦର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରତ୍ନାକର ବେହେରା ଓ ରାଜକିଶୋର ସାହୁ, ଶିକ୍ଷାବିକାଶ ପରିଷଦ ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ ଓ ରାଜ୍ଯଯୁବ ପୁରସ୍କାରପ୍ରାପ୍ତ,ସ୍କାଉଟ୍ସ ଓ ଗାଇଡ ଉପସଭାପତି ତଥା ସମାଜସେବୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦେଇ କହିଲେ ପିଲାମାନେ ଭଲ ପାଠ ପଢି ବିଦ୍ୟାଳୟର ନାମ କମେଇବା ସହ ଜିଲ୍ଲା ଓ ଦେଶର ନାମ ରଖିବ । ଭଲପାଠ ପଢିଲେ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ । ଅଭିଭାବକ ଓ ଅଭିଭାବିକା ମାନେ ଶିଶୁର ଯତ୍ନ ନେବା ସହ ପିଲାମାନଙ୍କୁ ବାହାର ଜଙ୍କ ଫୁଡ ନଦେଇ ଘରର ହାତରନ୍ଧା ଖାଦ୍ଯ ପ୍ରସ୍ତୁତ କରି ଦିଅନ୍ତୁ । ବିଦ୍ୟାଳୟର ସଭାପତି ରାମଚନ୍ଦ୍ର ସାହୁ ଉତ୍ସବରେ ସଭାପତିତ୍ୱ କରିଥିଲେ । ଶିକ୍ଷୟିତ୍ରୀ ସଞ୍ଜୁକ୍ତା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଗଣେଶ ବନ୍ଦନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରଯାଇଥିଲା । ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜଗନ୍ନାଥ ସାହୁଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଆଶାଲତା ମିଶ୍ର ଟ୍ରଷ୍ଟ ପକ୍ଷରୁ କ୍ରୀଡାରେ ଚମ୍ପିୟାନ ସିନିୟର ବାଳକ ବିଭାଗରେ ଯଜେ୍ଞଶ୍ୱର ତ୍ରିପାଠୀ, ବାଳିକା ବିଭାଗରେ ଦେବସ୍ମିତା ଜେନା ଓ ବାଳକ ବିଭାଗରେ ଅର୍ପଣ ଆଲିୟାନ ଦାସ ଓ ବାଳିକା ବିଭାଗରେ ସାଇନା ଶ୍ରୀୟାଂଶୀ ପଣ୍ଡା ସେହିପରି ଜୁନିୟର ବିଭାଗରେ ବାଳକରେ ନାରାୟଣ ବାରିକ ଓ ବାଳିକାରେ ଶ୍ରଦ୍ଧାମୟୀ ପାଇକରାୟ ଓ ସବ ଜୁନିୟର ବାଳକରେ ପ୍ରଭୁପାଦ ଦଳେଇ , ବାଳିକାରେ ଶୁଭଲକ୍ଷ୍ମୀ ଜୟସିଂହଙ୍କୁ ଏହି ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସେହିପରି ଶଶି ପାଢୀ ମେମୋରିଆଲ ଓ ବସନ୍ତ ମିଶ୍ର ଟ୍ରଫି ମେମୋରିଆଲ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ଯ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଭୋଳାନାଥ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରବୀଣ କୁମାର ମହାନ୍ତି ଏବଂ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସସ୍ମିତା ଜେନାଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶିକ୍ଷାବିକାଶ ପରିଷଦ ମେଧା ବୃତ୍ତି ପାଇଥିବା ଶ୍ରେୟାଶୀ ଶ୍ରୀପାଦ ପ୍ରଧାନ, ପ୍ରତ୍ୟାଶା ପ୍ରିୟଦର୍ଶିନୀ ପଲେଇ, ଶ୍ରୀ ମହାପାତ୍ର, ବିଦ୍ୟାଶ୍ରୀ ସାହୁ, ଜଗନ୍ନାଥ ପ୍ରସାଦ ସାହୁ, ପ୍ରଭୁ ପ୍ରସାଦ ମହାନ୍ତି, ଅଂଶୁମାନ ଦାଶ, ବିଶ୍ୱରୂପା ପୃଷ୍ଟି, ସୌମ୍ୟଜିତ ବେହେରା, ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତିଧାରୀ ବିଦ୍ୟାଶ୍ରୀ ସାହୁ, ଆର୍ଯ୍ୟଭଟ୍ଟ ଗଣିତ ମେଧାବୃତ୍ତିଧାରୀ ଦେବସ୍ମିତା ଜେନାଙ୍କ ସମେତ କ୍ରୀଡ଼ା ଚାମ୍ପିୟାନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୁରୁଜୀ ବିକାଶ ଦତ୍ତ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ବିଦ୍ୟାର୍ଥୀ କଳାକାରମାନେ ଗଣେଶ ବନ୍ଦନା, ମଙ୍ଗଳା ଚରଣ, ଦାଣ୍ଡିଆ ନୃତ୍ୟ, ଦେଶାତ୍ମବୋଧକ ସଂଗୀତ, ସମ୍ବଲପୁରୀ ନୃତ୍ୟ ଓ ଆଧୁନିକ ନୃତ୍ୟ ସମେତ ଭଜନ ନୃତ୍ୟରେ ମୋ କାଳିଆ ଆସୁଛି, ମୁଁତୋ ଯଶୋଦା ମୁଁ ତୋ କୈକେୟୀ,ଝୁମୁରୁ ଝୁମୁରୁ ବାଜୁଛି ରାଧା ଓ ଜଗା ହାତରେ ପଘା, ରାଗିଛ କି ବାପା ତୁମେ, ଠୁକୁଲ ଠାକୁଲ, ନହ୍ନା ମୁନ୍ନା ରାହି ହୁଁ ଆଦି ନୃତ୍ୟ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ଛାତ୍ରଛାତ୍ରୀଙ୍କ ଦ୍ୱାର ଗୀତିନାଟ୍ୟ ଧର୍ମପଦ ପରିବେଷଣ କରାଯାଇଥିଲା । ନୃତ୍ୟ ଗୁରୁ ଦୁର୍ଗା ପ୍ରସାଦ ପାଣ୍ଡେ, ସଂଗୀତଗୁରୁ ପ୍ରଦୀପ କୁମାର ସାହୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ନିର୍ଦ୍ଦେଶକ ବିକାଶ ଦତ୍ତ । ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ଅଭିଭାବକ, ଅଭିଭାବିକା ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।
