ପୁରୀ: ପୁରୀ ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା, ମାନବ ସମ୍ପଦ ବୃଦ୍ଧି କରିବା ଓ ସେବା ବିସ୍ତାର କରିବାକୁ ନେଇ ସ୍ୱେଛାସେବୀ ଅନୁଷ୍ଠାନ ସଂପର୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ନିବେଦନ ପ୍ରଦାନ କରାଯାଇଛି। ଏହି ନିବେଦନଟି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ସଂଲଗ୍ନ ଆୟୁର୍ବେଦ ଚିକିତ୍ସାଳୟରେ ସାଧାରଣ ଲୋକଙ୍କ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିବା ସତ୍ୱେ ଡାକ୍ତର, ପ୍ରାଧ୍ୟାପକ, ନର୍ସ, ଫାର୍ମାସିଷ୍ଟ ଓ ପାରାମେଡିକାଲ୍ କର୍ମଚାରୀଙ୍କ ଗୁରୁତର ଅଭାବ ଦେଖାଯାଉଛି। ସଂପର୍କ ପକ୍ଷରୁ ସରକାରଙ୍କୁ ଦାବିପତ୍ର ମଧ୍ଯରେ ପୁରୀ ଜିଲ୍ଲାର ସମସ୍ତ ଆୟୁର୍ବେଦ ଚିକିତ୍ସାଳୟରେ ଖାଲି ପଦବୀ ଶୀଘ୍ର ପୂରଣ,ପଞ୍ଚକର୍ମ ବିଭାଗକୁ ଆଧୁନିକ ଓ ସୁସଜ୍ଜିତ କରିବା,ଆବଶ୍ୟକ ଆୟୁର୍ବେଦିକ ଔଷଧର ନିୟମିତ ଯୋଗାଣ ,ଚିକିତ୍ସାଳୟ ପରିସରରେ ଔଷଧୀୟ ଉଦ୍ଭିଦ ଉଦ୍ୟାନ ସ୍ଥାପନ ଓ ଗବେଷଣା କାର୍ୟକ୍ରମ ପ୍ରୋତ୍ସାହନ ପାଇଁ ପ୍ରୋତ୍ସାହନ ଦେବା, ସହର ଓ ଗ୍ରାମାଞ୍ଚଳରେ ନିୟମିତ ନିଶୁଳ୍କ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା, ଓ ଆୟୁର୍ବେଦ ସେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଯୋଜନାରେ ସକ୍ରିୟ ଭାବରେ ସମ୍ମିଳିତ କରାଯିବା ପାଇଁ ସଂଗଠନ ପକ୍ଷରୁ ଉଲ୍ଲେଖ କୁହାଯାଇଛି । ସରକାର ଏହି ଦାବିଗୁଡ଼ିକୁ ସଦୟ ଦୃଷ୍ଟିରେ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଗଠନ ଆଶା ପ୍ରକାଶ କରିଛି। ଆୟୁର୍ବେଦ ମହାବିଦ୍ୟାଳୟର ରକ୍ତଦାନ ଶିବିରରେ ଯୋଗଦାନ କରିଥିବା ବେଳେ ଅନୁଷ୍ଠାନର ବିଶ୍ୱଜିତ୍ ମିଶ୍ର,ଶୁଭ ପ୍ରସାଦ ଶର୍ମା,ରାକେଶ ସେଠୀ,ଅଶ୍ରୁଜିତ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
