ପୁରୀ: ପୁରୀ ସାତଲହଡି ମଠ ଅତିବଡି ଜଗନ୍ନାଥ ଦାସଙ୍କ ପବିତ୍ର ପୀଠରେ ପଞ୍ଚସଖା ପରିକ୍ରମା ଯାତ୍ରୀଦଳ ଗୁରୁବାର ଅପରାହ୍ନରେ ପହଞ୍ଚିଥିଲେ। ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ ଓ ପଞ୍ଚସଖା ପୀଠ ପରିକ୍ରମା ର ଯାତ୍ରୀଗଣ ଏହି ଯାତ୍ରାରେ ସାମିଲ ହୋଇଥିଲେ । ପ୍ରଜ୍ଞାନନ୍ଦ ମହାରାଜଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ସାତଲହଡି ମଠରେ ପହଞ୍ଚି ଅତିବଡ଼ିଙ୍କ ସାଧନା ପୀଠ ଓ ସମାଧି ପୀଠରେ ପୂଜାର୍ଚ୍ଚନା, ଦର୍ଶନ, ପରିକ୍ରମଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିକ୍ରମା ଯାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ।ପରିକ୍ରମା ଯାତ୍ରାର ସଂଯୋଜକ ପ୍ରିୟବ୍ରତ କରଙ୍କ ସହ ଏହି ପରିକ୍ରମଣରେ ରାଜ୍ୟ,ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।
