ବ୍ରିଟିଶ କଲମ୍ବିଆ ସ୍କୁଲରେ ଗୁଳିମାଡ଼, ୧୦ ମୃତ,୨୫ ଆହତ

Spread the love

ଓଟ୍ଟାୱା: ପଶ୍ଚିମ କାନାଡ଼ାର ବ୍ରିଟିଶ କଲମ୍ବିଆ ଜିଲ୍ଲାରେ ଏକ ହାଇସ୍କୁଲରେ ସ୍କୁଲରେ ଜଣେ ମହିଳା ଗୁଳିମାଡ଼ କରିବାରୁ ୧୦ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୫ଜଣ ଆହତ ହୋଇଛନ୍ତି। ଟୁମ୍ବଲର ରିଜ୍ ସେକେଣ୍ଡାରୀ ସ୍କୁଲରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ସନ୍ଦିଗ୍‌ଧ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ପଛର କାରଣ ହଠାତ୍ ଜଣାପଡ଼ିନାହିଁ। ଏହି ଘଟଣାରେ କାନାନାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଗଭୀର ମର୍ମାହତ ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!