ନୂଆଦିଲ୍ଲୀ ଭାରତ ସରକାର ଡିଜିଟାଲ ଟେକ୍ନୋଲୋଜିକୁ ଆହୁରି ଅଧିକ ସୁରକ୍ଷିତ କରିବାକୁ ଆଇଟି ସଂଶୋଧନ ନିୟମ,୨୦୨୬ ଘୋଷଣା କରିଛନ୍ତି,ଯାହାକି ୨୦ ଫେବୃଆରୀ ୨୦୨୬ରୁ ଲାଗୁ ହେବ। ଏହି ନୂତନ ନିୟମର ମୁଖ୍ୟ ଲକ୍ଷ୍ୟ ହେଉଛି ଡିପଫେକ୍ ଏବଂ ଏଆଇ-ଏଆଇ ଜନିତ ଭୁଲ ସୂଚନାକୁ ରୋକିବା। ଉଲ୍ଲଂଘନ ହେଲେ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ଡିଜିଟାଲ୍ ମିଡିଆରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସରକାର କହିଛନ୍ତି ଯେ ଏବେ ସ୍ପଷ୍ଟ ଭାବରେ ଚିହ୍ନଟଯୋଗ୍ୟ ଲେବଲ୍ (ୱାଟରମାର୍କ) ସହିତ ମାନବ ନିର୍ମିତ କିମ୍ବା ଫେକ୍ ସୂଚନା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। ଏଥିରେ ଅଡିଓ, ଭିଡିଓ, ଫଟୋ କିମ୍ବା ଗ୍ରାଫିକ୍ସ ସମେତ ଯେକୌଣସି ଡିଜିଟାଲ୍ କଣ୍ଟେଣ୍ଟ ଅନ୍ତର୍ଭୁକ୍ତ, ଯାହା କମ୍ପ୍ୟୁଟର କିମ୍ବା ଅନ୍ୟ ଦ୍ୱାରା ସୃଷ୍ଟି କିମ୍ବା ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନର ଲକ୍ଷ୍ୟ ଡିପଫେକ୍ ଏବଂ ଏଆଇ-ପରିଚାଳିତ ଭୁଲ ସୂଚନା ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ସମାଧାନ କରିବା, ୟୁଜରଙ୍କ ସୁରକ୍ଷା ବୃଦ୍ଧ
କରିବା। ଏଥିରେ କୁହାଯାଇଛି ଯେ ନିୟମାବଳୀ ପାଳନ ନକରିବା ଦ୍ୱାରା ଇନଫରମେସନ୍ ଟେକ୍ନୋଲୋଜି ଆକ୍ଟ ୨୦୦୦ ଏବଂ ଅନ୍ୟାନ୍ୟ କ୍ରିମିନାଲ ଆଇନ ଅନୁସାରେ ଦଣ୍ଡ ହୋଇପାରେ।ପିଲାମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦିଏ, ବିନା ସମ୍ମତିରେ ଅନ୍ତରଙ୍ଗ ଇମେଜ କଣ୍ଟେଣ୍ଟ ତଆରି କିମ୍ବା ସେୟାର କରିବାରୁ ରୋକିବା ପାଇଁ ଅଟୋମେଟେଡ୍ ଟେକ୍ନୋଲୋଜି ବ୍ୟବହାର କରିବେ ।ନିୟମ ଉଲ୍ଲଂଘନ କଲେ ଦଣ୍ଡିତ ହେବେ ବୋଲି ପ୍ରତି ତିନି ମାସରେ ୟୁଜରଙ୍କୁ ପ୍ଲାଟଫର୍ମଗୁଡ଼ିକ ଚେତାବନୀ ଦେବେ । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଆକାଉଣ୍ଟ କୁ ସସପେଣ୍ଡ କରାଯିବ କିମ୍ବା କଣ୍ଟେଣ୍ଟ କୁ ହଟାଇ ଦିଆଯାଇପାରିବ । ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ସମୟ ସୀମା ମଧ୍ୟ ହ୍ରାସ କରିଛନ୍ତି । ପୂର୍ବରୁ ୩୬ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡୁଥିଲା, ଏବେ ତିନି ଘଣ୍ଟା ମଧ୍ୟରେ ହଟାଇବାକୁ ହେବ ଫେକ୍ କଣ୍ଟେଣ୍ଟ ।

Leave a Reply