ପୁଅ ବାହାଘର ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ସଚିନ

Spread the love

ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକର ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ପୁଅ ଅର୍ଜୁନଙ୍କ ବାହାଘର ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ଜଣାଇଛନ୍ତି। ଅର୍ଜୁନ ଶିଳ୍ପପତି ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କୁ ବିବାହ କରିବାକୁ ଯାଉଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ସେମାନଙ୍କର ନିର୍ବନ୍ଧ ପର୍ବ ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସଚିନ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଅର୍ଜୁନ ଏବଂ ସାନିଆଙ୍କ ବିବାହରେ ନିମନ୍ତ୍ରଣ କରି ସମ୍ମାନିତ ହେଲୁ। ଯୁବ ଦମ୍ପତିଙ୍କ ପାଇଁ ଆପଣଙ୍କ ଆଶୀର୍ବାଦ ଏବଂ ସୁଚିନ୍ତିତ ପରାମର୍ଶ ପାଇଁ ଧନ୍ୟବାଦ, ମୋଦି ଜୀ।’

Leave a Reply

Your email address will not be published. Required fields are marked *

error: Content is protected !!