ଗୌହାଟୀ: ମିଥ୍ୟା ଓ ସମ୍ମାନହାନିସୂଚକ ଅଭିଯୋଗ ପାଇଁ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇଙ୍କ ବିରୋଧରେ ମଙ୍ଗଳବାର ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଶ୍ରୀ ଶର୍ମା ଏକ ପୋଷ୍ଟରେ କହିଛନ୍ତି। “ଆଜି, ମୁଁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋ ବରୋଧରେ ମିଥ୍ୟା, ଦୂଷିତ ଏବଂ ମାନହାନିମୂଳକ ଅଭିଯୋଗ ଆଣିବା ପାଇଁ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବାଘେଲ ଏବଂ ଗୌରବ ଗୋଗୋଇଙ୍କ ବିରୋଧରେ ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦାବିକରି ଏକ ମାନହାନି ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୪ ତାରିଖରେ କଂଗ୍ରେସ ଅଭିଯୋଗ କରିଥିଲା ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମାଙ୍କ ପରିବାର ରାଜ୍ୟ ସାରା ପ୍ରାୟ ୧୨,୦୦୦ ବିଘା ଜମି (ଯାହା ୩,୯୬୦ଏକରରୁ ଅଧିକ) ହଡ଼ପ କରିଛନ୍ତି। ଏହାଛଡ଼ା ଚାଷ ଜମିକୁ ଜାଲିଆତି କରି ଶିଳ୍ପ ଜମିରେ ରୂପାନ୍ତରିତ କରିଛନ୍ତି।
ଜମି ହଡ଼ପ ଅଭିଯୋଗ: କଂଗ୍ରେସ ନେତାଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଆସାମ ମୁଖ୍ୟମନ୍ତ୍ରୀ













Leave a Reply