ଭୋପାଳ: ମଙ୍ଗଳବାର ଦିନ ଗ୍ୱାଲିୟରର ଡାବ୍ରାଠାରେ ନବନିର୍ମିତ ନବଗ୍ରହ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ପୂର୍ବରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ କଳାବତୀ ବାଥମ (୭୦)। ଆହତଙ୍କ ମଧ୍ୟରେ ଜଣେ ଝିଅ ସମେତ ୭ ଜଣ ମହିଳା ରହିଛନ୍ତି। ଗ୍ୱାଲିୟର ଇନ୍ସପେକ୍ଟର ଜେନେରାଲ (ଆଇଜି) ଅରବିନ୍ଦ ସକ୍ସେନା କହିଛନ୍ତି, “କଳସ ବଣ୍ଟନ ସ୍ଥାନକୁ ଯିବ ପାଇଁ ଆୟୋଜକ ଗୋଟିଏ ଫାଟକ ଖୋଲିଥିଲେ। ଫଳରେ ମହିଳାମାନେ ସେହି ଫାଟକ ଦେଇ ସମୂହ ପ୍ରବେଶ କରିଥିଲେ। ସେମାନେ କଳସ ମୁଣ୍ଡାଇବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
