ସିମଲା: ଏକ ଭୟଙ୍କର ଅଗ୍ନିକାଣ୍ଡରେ ହିମାଚଳ ପ୍ରଦେଶର ଛାମ୍ବା ଜିଲ୍ଲାର ଭରମୋରରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ଐତିହାସିକ ଗିରାଡ଼ ମାତା ମନ୍ଦିର ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ମନ୍ଦିରରେ ପୂଜା ପାଉଥିବା ମାର୍ବଲ ଏବଂ ବିରଳ କଳା ମୁଗୁନି ପଥରରେ ତିଆରି ଠାକୁରଙ୍କ ମୂର୍ତ୍ତିସବୁ ନଷ୍ଟ ହୋଇଯାଇଛି। ମନ୍ଦିର ଭିତରେ ରଖାଯାଇଥିବା ଅନେକ ପିତ୍ତଳ ମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମନ୍ଦିରର ସ୍ଥାପତ୍ୟ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚିତ ଦେବଦାରୁ କାଠରେ ନିର୍ମିତ ବିରଳ କାରୁକାର୍ଯ୍ୟସବୁ ଜଳିଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଗ୍ନିକାଣ୍ଡର ସଠିକ୍ କାରଣ ଜାରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମନ୍ଦିରରରେ ଲାଗିଥିବା କାଠ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। କିଛି ମିନିଟ୍ ମଧ୍ୟରେ ପ୍ରାୟ ଦୁଇ ଶତାବ୍ଦୀ ପୂର୍ବରୁ ନିର୍ମିତ ଐତିହାସିକ ମନ୍ଦିରଟି ପାଉଁଶରେ ପରିଣତ ହୋଇଯାଇଥିଲା। ଏହି ଘଟଣାରେ ଦୁଃଖ ପ୍ରକାଶ କରି ଭରମୋର ବିଧାୟକ ଡ. ଜନକ ରାଜ କହିଛନ୍ତି, ଉକ୍ତ ମନ୍ଦିରଟି କେବଳ ପୂଜାସ୍ଥଳୀ ନୁହେଁ; ବରଂ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ଐତିହାସିକ ପରିଚୟର ପ୍ରତୀକ ଥିଲା।
ଜଳିଗଲା ୨୦୦ ବର୍ଷ ତଳର ମନ୍ଦିର















Leave a Reply