ଫରିଦାବାଦ: ହରିୟାଣାର ଫରିଦାବାଦରେ ଚାଲିଥିବା ୩୯ତମ ଅନ୍ତର୍ଜାତୀୟ ସୂରଜକୁଣ୍ଡ ଶିଳ୍ପମେଳାରେ ଶନିବାର ଏକ ଦୁର୍ଘଟଣା ଘଟିଯାଇଛି। ମନୋରଂଜନ ପାଇଁ ଲଗାଯାଇଥିବା ଏକ ଝୁଲା ଖସି ପଡ଼ିବା ଫଳରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୧୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଜଗଦୀଶ ପ୍ରସାଦ।। ଶନିବାର ମେଳରେ ପ୍ରଥମେ ଫୁଡକୋର୍ଟର ଏକ ଲୁହା ଗେଟ୍ ଖସିପଡ଼ିଥିଲା। ପବନର ବେଗ ଅଧିକ ଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମିତ ବୁନ୍ଦେଲଖଣ୍ଡ ଗେଟ୍ ଖସିପଡ଼ିଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇଁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂରଜକୁଣ୍ଡ ଶିଳ୍ପ ମେଳା ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ୍ ଚାଲିବ। ଏଥିରେ ଭାରତ ସମେତ ୫୦ଟି ଦେଶର ଶିଳ୍ପୀ, କାରିଗର ଓ କଳାକାର ଭାଗ ନେଇଛନ୍ତି।
ସୂରଜକୁଣ୍ଡ ମେଳାରେ ଦୁର୍ଘଟଣା: ଝୁଲା ଖସି ଇନ୍ସପେକ୍ଟର ମୃତ, ୧୩ ଆହତ













Leave a Reply