କୁନୋ ଜାତୀୟ ଉଦ୍ୟାନରେ ୫ ଛୁଆଙ୍କୁ ଜନ୍ମଦେଲା ଚିତାବାଘ ‘ଆଶା’; ଭାରତରେ ଚିତାସଂଖ୍ୟା ୩୫କୁ ବୃଦ୍ଧି

Spread the love

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିୟାରୁ ଅଣାଯାଇଥିବା ଚିତାବାଘ ‘ଆଶା’ ଶନିବାର ୫ଟି ଛୁଆ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରୋଜେକ୍ଟ ଚିତା ଆଶା ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ପାଇଛି। ଏବେ କୁନୋ ଜାତୀୟ ଉଦ୍ୟାନରେ ଚିତା ଛୁଆଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଭାରତର ମୋଟ ଚିତା ସଂଖ୍ୟା ୩୫କୁ ପହଞ୍ଚାଇଛି। ଏକ୍ସରେ ସେୟର କରି ଶ୍ରୀ ଯାଦବ କହିଛନ୍ତି କୁନୋ ପାଞ୍ଚଟି ଛୁଆଙ୍କ ଜନ୍ମକୁ ସ୍ୱାଗତ କରୁଛି। ଆଶାଙ୍କ ଐତିହ୍ୟ ଆଗକୁ ବଢ଼ିଛି – ଭାରତ ତା’ର ପାଞ୍ଚଟି ସୁନ୍ଦର ଛୁଆଙ୍କୁ ସ୍ୱାଗତ କରୁଛି। ପ୍ରୋଜେକ୍ଟ ଚିତା ପାଇଁ ଏକ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ। ଏହା ସହିତ ଭାରତର ଚିତା ସଂରକ୍ଷଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିବେଶ-ସଚେତନତା ଲକ୍ଷ୍ୟକୁ ପାଳନ କରାଯାଇଛି ବୋଲି ସେ ଲେଖିଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣରେ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ କ୍ଷେତ୍ର କର୍ମଚାରୀ ଏବଂ ପଶୁଚିକିତ୍ସକମାନଙ୍କୁ ଶ୍ରୀ ଯାଦବ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!