ଭିତର କାଠ ନିକଟରେ ଖଙ୍କାର, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

Spread the love

ପୁରୀ: ବଡ଼ଦେଉଳରେ ଶନିବାର ଦିନ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ପରେ ନୀତି ସଂପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହୋଇଛି । ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଖଙ୍କାର ପଡିଥିବାର ନଜରକୁ ଆସିଥିଲା। ବିଧି ଅନୁଯାୟୀ ଏହାପରେ ତୁରନ୍ତ ଠାକୁରଙ୍କ ବଡ଼ ମହାସ୍ନାନ ନୀତି କରାଯାଇଥିଲା। ସେହି ସମୟ ତକ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ବଡ଼ ମହାସ୍ନାନ ନୀତି ସରିବା ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!