ନୂଆଦିଲ୍ଲୀ: ଜିମ୍ବାୱେର ହାରାରେ ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିବା ପରେ ଭାରତୀୟ୍ କ୍ରିକେଟ୍ ଦଳ ପାଇଁ ୭.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ)। ଏହି ବିଜୟ ପାଇଁ ବିସିସିଆଇ ସଚିବ ଦେବଜିତ ସାଇକିଆ ଗର୍ବ ପ୍ରକାଶ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ବିସିସିଆଇ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳକୁ ୭.୫୦ କୋଟି ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରିବ। ଶ୍ରୀ ସାଇକିଆ କହିଛନ୍ତି ୨୦୨୬ ବର୍ଷରୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟ ପାଇଁ ସମଗ୍ର ଦେଶ ତଥା ବିସିସିଆଇ ଗର୍ବିତ।
ବିଶ୍ୱକପ୍ ବିଜୟୀ ଭାରତୀୟ ଯୁବ ଦଳକୁ ବିସିସିଆଇ ଦେବ ୭.୫୦ କୋଟି














Leave a Reply