କ୍ୱିଟ୍ଟା: ବାଲୋଚ ବିଦ୍ରୋହୀ ସଂଗଠନ ବାଲୋଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ଅପରେସନ ହିରୋ ଫେଜ୍-୨ ନାମରେ ଆକ୍ରମଣ ଜାରି ରଖିଛି। ୪୦ ଘଣ୍ଟା ଧରି ବାଲୋଚିସ୍ତାନର ବିଭିନ୍ନ ଜିଲ୍ଲାରେ ଆକ୍ରମଣ ଚାଲୁ ରହିଛି, ଯେଉଁଥିରେ ପାକିସ୍ତାନ ସେନାର ବହୁ ଯବାନଙ୍କ ପ୍ରାଣହାନି ଘଟିଛି। ବିଏଲଏର ନିଜସ୍ୱ ଚାନେଲ ହକ୍କଲରେ ଏହା ବିଷୟରେ ସୂଚନା ଦିଆଯାଇଛି। ସେହିପରି ବିଏଲଏ ସଂଗଠନ ପାକିସ୍ତାନର ଗ୍ୱାଦରରେ ଆକ୍ରମଣ କରିଥିବା ମହିଳାଙ୍କ ଫିଦାୟିନଙ୍କ ଭିଡିଓ ଜାରି କରିଛି। ବିଦ୍ରୋହୀ ଜଣଙ୍କ ହେଉଛନ୍ତି ହାୱା ବାଲୋଚ ଓରଫ ଦ୍ରୋଶହୁମ। ସେ ସହିଦ ହେବାର୧୧ ଘଣ୍ଟା ପୂର୍ବରୁ ସେ ତାଙ୍କର ଶେଷବାର୍ତ୍ତା ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ହାୱା ବାଲୋଚ ଜଣେ ଲେଖିକା ଥିଲେ। ତାଙ୍କ ପିତା ବାଲୋଚ ସଶସ୍ତ୍ର ଆନ୍ଦୋଳନ ସହ ପୂର୍ବରୁ ଜଡ଼ିତ ରହିଥିଲେ। ବହୁ ବର୍ଷ ତଳେ ଆକ୍ରମଣ ସମୟରେ ତାଙ୍କର ପ୍ରାଣହାନି ଘଟିଥିଲା। ଏକ ଭିଡିଓ ବାର୍ତ୍ତାରେ ହାୱା ବାଲୋଚ ମହିଳାମାନଙ୍କୁ ତାଙ୍କ ସଂଗଠନରେ ଯୋଗଦେବାକୁ ପ୍ରବର୍ତ୍ତାଉଛନ୍ତି। ସେ ଅଭିଯୋଗ କରିଥିଲେ ଯେ, ବାଲୋଚିସ୍ତାନର ମହିଳାମାନଙ୍କ ଉପରେ ପାକିସ୍ତାନ ଅତ୍ୟାଚାର ଚଳାଇଛି। ମହିଳାମାନେ ସ୍ୱରୋତ୍ତେଳନ କରିବା ସହ ନ୍ୟାୟ ଦାବି କରିବାର ସମୟ ଆସିଛି। ସେହିପରି ବିଏଲଏ ଆଉ ଜଣେ ମିହଳା ଫିଦାୟିନଙ୍କ ନାମ ପ୍ରକାଶ କରିଛି। ସେ ହେଉଛନ୍ତି ୨୩ ବର୍ଷୀୟ ଆସିଫା ମେଙ୍ଗଲ। ସେ ଜାନୁଆରୀ ୨୧ ତାରିଖ ଦିନ ନୋସକିଠାରେ ଥିବା ଆଇଏସଆଇ ମୁଖ୍ୟାଳୟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ସାହାଯ୍ୟରେ ବିସ୍ଫୋରଣ ଘଟାଇଥିଲେ। ଏହା ବ୍ୟତୀତ ବିଏଲଏ ଆଉ ଜଣେ ମହିଳାଙ୍କ ଫଟୋ ଜାରି କରିଛି, ଯାହାଙ୍କ ନାମ ହେଉଛି ନାକୋ ଫଜଲ ବାଲୋଚ। ସେ ସଂଗଠନର ସବୁଠାରୁ ବୟସ୍କ ଫିଦାୟିନ ବୋଲି ବିଏଲଏର ମୁଖପାତ୍ର ଜିୟାନ୍ଦ ବାଲୋଚ ସୂଚନା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବର୍ତ୍ତମାନ ଆକ୍ରମଣ ଜାରି ରହିଛି। ସଂଗଠନ ଦାବି କରିଛି ଯେ ବର୍ତ୍ତମାନ ଚାଲୁ ରହିଥିବା ଆକ୍ରମଣରେ ପାକିସ୍ତାନୀ ଯବାନ, ପୋଲିସ ସହ ୨୦୦ଜଣଙ୍କ ପ୍ରାଣହାନି ଘଟିଛି। ୧୭ଜଣଙ୍କୁ ଅଟକ ରଖିଛନ୍ତି।
ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ୨ ମହିଳା ଫିଦାୟିନଙ୍କ ଫଟୋ ଜାରି କଲା ବଏଲଏ













Leave a Reply