ପୁରୀ (ବ୍ୟୁରୋ) : ହିନ୍ଦୁ ଜାଗରଣକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଲକ୍ଷ୍ୟରେ ସନାତନ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ ହରଚଣ୍ଡି ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହିପ୍ରକାସ ମଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହିପ୍ରକାସ୍ ମଠର ମଠାଧୀଶ ସ୍ୱାମୀ ଶୁଭାନନ୍ଦ ପୁରୀ ମହାରାଜ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶଙ୍କରାନନ୍ଦ ସରସ୍ୱତୀ, ନିଗମାନନ୍ଦ ସରସ୍ୱତୀ, ଶାଶ୍ୱତା ନନ୍ଦ ସରସ୍ୱତୀ, ସାଗର ଦୀନବନ୍ଧୁ ପ୍ରତିହାରୀ ଏବଂ ମୁଖ୍ୟ ବକ୍ତା ଭାବେ ସମୀର ମହାନ୍ତି,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବକ୍ତାମାନେ ନିଜ ଅଭିଭାଷଣରେ ସ୍ୱଦେଶୀ ଜାଗରଣ,ନାଗରିକ କର୍ତ୍ତବ୍ୟ ପାଳନ,ହିନ୍ଦୁ ଜାଗରଣର ଆବଶ୍ୟକତା,କୁଟୁମ୍ବ ପ୍ରବନ୍ଧନ,ପରିବେଶ ସୁରକ୍ଷା ବିଷୟରେ ଉଦବୋଧନ ଦେଇଥିଲେ ।ଉକ୍ତ ସମ୍ମିଳନୀରେ ହରଚଣ୍ଡି ସାହି, ମଣିକର୍ଣିକା ସାହି,ହଜୁରୀ ଗଳି, ଗୌଡବାଡ ସାହି,ମହାସୁଆର ସାହି,ଗୁଡ଼ିଆ ସାହି ଆଦି ଅଞ୍ଚଳର ଶତାଧିକ ହିନ୍ଦୁ ଯୋଗଦାନ କରିଥିଲେ ।
ମହିପ୍ରକାଶ ମଠରେ ହିନ୍ଦୁ ସମ୍ମିଳନୀ













Leave a Reply