ପୁରୀ ସମୁଦ୍ରରେ ବୁଡ଼ି ମା’ଓ ପୁଅ ମୃତ

Spread the love

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଝାଡ଼ଖଣ୍ଡର ମା’ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୁସୁମା ଗୁପ୍ତା ଓ ତାଙ୍କ ପୁଅ ଅଜିତ ଗୁପ୍ତା। କୁସୁମ ପରିବାର ସହ ପୁରୀ ବୁଲି ଆସି ଚକ୍ରତୀର୍ଥ ରୋଡ ଅଞ୍ଚଳରେ ରହୁଥିଲେ। ଶନିବାର ଦିନ ସମୁଦ୍ରରେ ଗାଧୋଉଥିବା ବେଳେ କୁସୁମ ପ୍ରଥମେ ସମୁଦ୍ର ଢ଼େଉରେ ଭିତରକୁ ଚାଲିଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ପୁଅ ଅଜିତ ମଧ୍ୟ କରେଣ୍ଟରେ ପଡ଼ିଯାଇଥିଲେ। ମା’ପୁଅ ଭାସିଯାଉଥିବା ଦେଖି ଅନ୍ୟମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଘରୋଇ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!