ବ୍ରହ୍ମପୁର: ବ୍ରହ୍ମପୁରର ଜାତୀୟ ରାଜପଥ ହଳଦିଆପଦର ନିକଟରେ ଶନିବାର ଏକ ଦ୍ରୁତଗାମୀ ଟ୍ରକ୍ ତିନିଟି ବାଇକ୍ ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ସଂପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଗୋସାଣୀ ନୂଆଗାଁ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି ଜାତୀୟ ରାଜପଥର ରଙ୍ଗ୍ ସାଇଡ୍ରେ ଯାତ୍ରା କରୁଥିବା ଜଣାପଡ଼ିଛି। ବାଇକଗୁଡ଼ିକ ହଳଦିଆପଦର ଅଭିମୁଖେ ଯାଉଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭରଜଣକ ଫେରାର ହୋଇଯାଇଥିଲା। ତେବେ ପୋଲିସ ପରେ ତାକୁ ଗିରଫ କରିଛି। ଦୁର୍ଘଟଣା ପରେ ସେଠାରେ ଟ୍ରାଫିକ୍ ଜାମ ହୋଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥରେ ପହଞ୍ଚି ଗମନାଗମନକୁ ସ୍ୱାଭାବିକ କରିଥିଲେ।
ବ୍ରହ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ଟି ବାଇକ୍ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍, ୫ ମୃତ, ୮ ଆହତ













Leave a Reply