ଭୁବନେଶ୍ୱର(ବ୍ୟୁରୋ) ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରା କ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ୩.୦’ ଶୁଭାରମ୍ଭ ହୋଇଛି। ଏହାର ପରିଚାଳନା ନିମନ୍ତେ ପୂର୍ତ୍ତ ବିଭାଗ ହେଉଛି ନୋଡାଲ ବିଭାଗ ଯେଉଁଥିରେ କି ନିର୍ମାଣ ବିଭାଗ ବ୍ୟତୀତ ଅନ୍ୟ ୪ ଗୋଟି ବିଭାଗ ଯଥା- ଜଳସମ୍ପଦ,ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ୟ ନୂତନ ବ୍ୟବସ୍ଥାର ସଦୁପଯୋଗ କରିପାରିବେ। ଏହି କେନ୍ଦ୍ରୀୟ ଡିଜିଟାଲ୍ ଡାଟାବେସରେ କଣ୍ଟ୍ରା କ୍ଟରଙ୍କ ସୂଚନା, ଲାଇସେନ୍ସ, ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତା ରେକର୍ଡ ସଂରକ୍ଷିତ ରହିବ। ଏଥିରେ ୱର୍କଫ୍ଲୋ ମ୍ୟାନେଜମେଣ୍ଟଣ୍ଟ ଆନାଲିଟିକାଲ୍ ଡ୍ୟାସ୍ବୋର୍ଡ, ଏମ୍ଆଇଏସ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ସିଷ୍ଟମ୍ ସହ ଏକୀକରଣ ଭଳି ବୈଶିଷ୍ଟ୍ୟ ରହିଛି। ‘ଉନ୍ନତ ପ୍ରଯୁକ୍ତି ପ୍ଲାଟଫର୍ମ ସହ ସିଡିଏମ୍ଏସ୍ ୩.୦ ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ। ଏହି ପ୍ଲାଟଫର୍ମ ମାଧ୍ୟମରେ କଣ୍ଟ୍ରାକ୍ଟରମାନେ ମାନେ ନିଜ ପ୍ରୋଫାଇଲ୍ ଅପଡେଟ୍, ଆବେଦନ ସ୍ଥିତି ଟ୍ରାକ୍ ଓ କଣ୍ଟାକର ସୂଚନା ପ୍ରାପ୍ତ କରିପାରିବେ,ଯାହା ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍ଚେଞ୍ଜର୍ ହେବ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଓ.ଏସ.ଡି-ତଥା-ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓଟ୍ଟା, ସର୍ବୋଚ୍ଚ ଯନ୍ତ୍ରୀ – ତଥା- ସ୍ୱତନ୍ତ୍ର ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ , ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍-ତଥା-ରାସ୍ତା) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସୁନିଲ୍ କୁମାର, ଓ.ବି.ସି.ସିର ମୁଖ୍ୟ ମହାପ୍ରବନ୍ଧକ-ଓଓ ଇଂ. ଶ୍ରୀଧର ରାଉତ, ମୁଖ୍ୟଯନ୍ତ୍ରୀ(ଜାତୀୟ ରାଜପଥ-୧) ଇଂ. ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ-୨) ଇଂ. ଦୀପକ କୁମାର ପାଣିଗ୍ରାହୀ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି-୧) ଇଂ. ପ୍ରିୟବ୍ରତ ସାମନ୍ତରାୟ ମୁଖ୍ୟ ଯନ୍ତ୍ରୀ (ରାସ୍ତା – ୨) ଇଂ. ଶିବବ୍ରତ ତାରିଆ, ମୁଖ୍ୟଯନ୍ତ୍ରୀ (ସେତୁ) ଇଂ. ଅରବିନ୍ଦ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ।
କଣ୍ଟ୍ରାକ୍ଟ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ୩.୦’ ଶୁଭାରମ୍ଭ















Leave a Reply