ନୂଆଦିଲ୍ଲୀ: ଉତ୍ତରପୂର୍ବ କଲମ୍ବିଅ।।ରେ ଏକ ବିମାନ ଦୁର୍ଘଟଣା ଘଟି ଜଣେ ସ୍ଥାନୀୟ ସାଂସଦ ଓ ଜଣେ ବିଧାୟକ ପ୍ରାର୍ଥୀଙ୍କ ସହ ୧୫ଜଣଙ୍କ ପ୍ରାଣହାନି ଘଟିଛି। ସରକାରୀ ବିମାନ ଚଳାଚଳ ସଂସ୍ଥା ସଟେନା ଦ୍ୱାରା ପରିଚାଳିତ ଏହି ବିମାନଟି କକୁଟାରୁ ଉଡ଼ାଣ ଭରି ଓସାନାରେ ଅବତରଣ କରିବାର ଥିଲା। ତେବେ ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ନିୟନ୍ତ୍ରଣ କକ୍ଷ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନରେ ୧୩ଜଣ ଯାତ୍ରୀ ଓ ଦୁଇଜଣ କର୍ମଚାରୀ ଥିଲେ। ସରକାର ଉଦ୍ଧାର କାର୍ଯ୍ୟରେ ବାୟୁସେନାକୁ ନିୟୋଜିତ କରିଥିଲେ। ସ୍ଥାନୀୟ ଜଣେ ସାଂସଦଙ୍କ କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟିରେ ତାଙ୍କ ସାଥୀ ସାଂସଦ ଡାଇଜେନ୍ସ କ୍ୱିନ୍ଟେରୋ, କାରଲୋସ୍ ସାଲସେଡୋ ଏବଂ ସେମାନଙ୍କ ଦଳ ଯାତ୍ରା କରୁଥିଲେ। କୁକୁଟା ଅଞ୍ଚଳଟି ପାହାଡ଼ିଆ ହୋଇଥିବା ବେଳେ ପାଣିପାଗ ଏଠାରେ ବାରମ୍ବାର ପରିବର୍ତ୍ତନ ହୋଇଥାଏ। ଏବଂ ଅଞ୍ଚଳଟି କଲମ୍ବିଆର ବଡ଼ ବିଦ୍ରୋହୀ ସଂଗଠନ ନ୍ୟାସନାଲ ଲିବରେସନ ଆର୍ମି ନିୟନ୍ତ୍ରଣରେ ରହିଛି।
