ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ; ମ୍ୟାଚ୍ ସହ ସିରିଜ୍ ଜିତିଲା ଭାରତ

Spread the love

ଗୌହାଟୀ: ଟିମ ଇଣ୍ଡିଆର ଦମଦାର ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଜିତିଲା ଭାରତ । ୧୫୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ମାତ୍ର ୧୦ ଓଭରରେ ଏହାକୁ ପୂରଣ କରିଛି ଭାରତ । ୮ ୱିକେଟରେ ଦଳର ବଡ଼ ବିଜୟ ହୋଇଥିବାବେଳେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଅଭିଷେକ ଶର୍ମା । ସେ ୨୦ ବଲରୁ ୬୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମରୁ ଭାରତକୁ ବ୍ୟାଟିଂରେ ଝଟକା ଲାଗିଥିଲା । ସଞ୍ଜୁ ସାମସନ ଖାତା ଖୋଳିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ପରେ ଇଶାନ କିଶାନ ୧୩ ବଳରୁ ୨୮ ରନ କରିଥିଲେ । ତେବେ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ୨୬ ବଲରୁ ୫୭ ରନ କରି ଅପରାଜିତ ରହିଛନ୍ତି । ବଡ଼ ବଡ଼ ସଟ ଖେଳି ଉଭୟ ଭାରକୁ ମ୍ୟାଚ୍ ଜିତାଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩- ୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିଛି । ଆଗକୁ ଟି-୨୦ ବିଶ୍ୱକପ ଥିବାବେଳେ ଭାରତର ଏଭଳି ପ୍ରଦର୍ଶନ ଶୁଭ ଖବର ଦେଉଛି ନିଶ୍ଚୟ । ସେପଟେ ଆଜିର ମ୍ୟାଚରେ ବୁମରା ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ରବି ବିଷ୍ନୋୟୀ ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଫଳରେ କିୱି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୦ ଓଭରରେ ଭାରତ ୧୫୫ ରନର କରିବା ସହ ମ୍ୟାଚକୁ ଜିତି ନେଇଛି । ବାକି ୨ଟି ମ୍ୟାଚରେ ବିଜୟୀ ହୋଇ ଘରୋଇ ମାଟିରେ କ୍ଲିନସୁଇପ ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ ।

Leave a Reply

Your email address will not be published. Required fields are marked *

error: Content is protected !!