ନୂଆଦିଲ୍ଲୀ: ସୋମବାର ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜର ଅଭିଭାଷଣରେ ଗତବର୍ଷ ଦେଶର ସଫଳତା ଉପରେ ଆଲୋକପାତ କରିଛନ୍ତି । ଏହାସହ ଦେଶରେ ଝିଅଙ୍କ ସଫଳତା ସମ୍ପର୍କରେ ମଦ୍ୟ ବର୍ଣ୍ଣନା କରିଛନ୍ତି । ଏହାସହ ଭାରତର ଗଣତାନ୍ତ୍ରିକ ଯାତ୍ରା, ସାମ୍ବିଧାନିକ ଆଦର୍ଶ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ପ୍ରଗତିଶୀଳ ଭାରତ ପାଇଁ ସାମୂହିକ ଭାବରେ କାମ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, “ବନ୍ଦେ ମାତରମ୍”ର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଆମ ସ୍ୱାଧୀନତା ଆନ୍ଦୋଳନର ଶକ୍ତି ୧୫ ଅଗଷ୍ଟ, ୧୯୪୭ରେ ଆମ ଦେଶକୁ ପରିବର୍ତ୍ତନ କରିଥିଲା ।ଏହାସହ ସେ ରାଷ୍ଟ୍ରବାଦୀ କବି ସୁବ୍ରମଣ୍ୟ ଭାରତୀଙ୍କୁ ମନେ ପକାଇଥିଲେ । ତାଙ୍କର ତାମିଲ ରଚନା “ବନ୍ଦେ ମାତରମ୍ ୟେନବୋମ୍” ମାଧ୍ୟମରେ “ବନ୍ଦେ ମାତରମ୍”କୁ ଲୋକପ୍ରିୟ କରିଥିଲେ । ଯାହା ପରେ ଅନେକ ଭାରତୀୟ ଭାଷାରେ ଏବଂ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଥିଲା ।ମୂଳ ରୂପେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମା ତରମ ଆମ ରାଷ୍ଟ୍ର ବନ୍ଦନାର ପ୍ରତୀକ। ଏହି ରାଷ୍ଟ୍ର ବନ୍ଦନାର ସୌର୍ଯ୍ୟ ଓ ଗୌରବର ଦିନ ପୂର୍ବରୁ ୨୩ ଜାନୁୟାରୀରେ ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପିତ କରି ସ୍ମରଣ କରିଛନ୍ତି । ୨୦୨୧ ମସିହାରୁ ଦେଶରେ ନେତାଜୀ ଜୟନ୍ତୀକୁ‘ପରାକ୍ରମ ଦିବସ’ ରୂପେ ପାଳନ କରାଯାଇ ଆସୁଛି । ଯାହାଦ୍ୱାରା ଦେଶବାସୀ ବିଶେଷ କରି ଯୁବ ବର୍ଗ ତାଙ୍କର ଅଦମ୍ୟ ଦେଶ ଭକ୍ତିରୁ ପ୍ରେରଣା ପାଇ ପାରିବେ। ନେତାଜୀ ସୁଭାଷଚନ୍ଦ୍ର ବୋଷ ଦେଇଥିବା ‘ଜୟ ହୀନ୍ଦଉଦଘୋଷ ଆମ ରାଷ୍ଟ୍ରର ଗୌରବ ଉଦଘୋଷ ଅଟେ ।ଭାରତରେ ଲଗାତାର ଭାବେ ଆର୍ôଥକ ବିକାଶ ହେଉଥିବା ନେଇ ସମ୍ବୋଧନରେ କହିଥିଲେ ରାଷ୍ଟ୍ରପତି। ସେପଟେ ମହିଳାଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । କୃଷିକ୍ଷେତ୍ରରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ଆମ ଦେଶର ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ପ୍ରବାସୀମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।
ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; ପ୍ରଗତିଶୀଳ ଭାରତ ଗଠନ ପାଇଁ ସାମୂହିକ ଭାବେ କାମ କରିବାକୁ ଆହ୍ୱାନ













Leave a Reply