ଶୁଭାଂଶୁଙ୍କୁ ଅଶୋକ ଚକ୍ର

Spread the love

ନୂଆଦିଲ୍ଲୀ: ୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବରେ ନିଷ୍ଠା ଓ ସାହସିକତା ପାଇଁ ସଶସ୍ତ୍ର ବାହିନୀର ୭୦ଜଣ ନାମଙ୍କୁ ବୀରତା ପୁରସ୍କାର ପାଇଁ ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ମିଳିବ। ଗତବର୍ଷ ଅନ୍ତର୍ଜାତୀୟ ମହାକାଶ ସଂସ୍ଥାରେ ସମୟ କାଟିଥିବା ଇସ୍ରୋର ମହାକାଶଚାରୀ ତଥା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଚଳିତ ବର୍ଷ ଅଶୋକ ଚକ୍ର ପ୍ରଦାନ କରାଯିବ। ଏହା ହେଉଛି ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତା ପୁରସ୍କାର। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ମହାକାଶଚାରୀ। ବୀରତା ତାଲିକାରେ ୩ କୀର୍ତ୍ତି ଚକ୍ର, ୧୩ ଶୌର୍ଯ୍ୟ ଚକ୍ର, ୧୪ ସେନା ମେଡାଲ,୬ ନୌସେନା ମେଡାଲ, ୨ ବାୟୁସେନା ମେଡାଲ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!