ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେଠାରେ ଆଉ ଜଣେ ହିନ୍ଦୁ ହତ୍ୟାର ଶିକାର ହୋଇଛନ୍ତି। ଚଞ୍ଚଲ ଭୌମିକ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଛି। ଢାକାଠାରୁ ୫୦ କିମି ଦୂର ନରସିଂହଦି ସହରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଖୋକନ ଚନ୍ଦ୍ର ଭୌମିକଙ୍କ ପୁତ୍ର ଚଞ୍ଚଚଲଙ୍କ କୁମିଲା ଜିଲ୍ଲାର ଲକ୍ଷ୍ମୀପୁର ଗାଁରେ। ଚଞ୍ଚଲ ଖାନାବାରି ମସଜିଦ୍ ବଜାରରେ ଥିବା ଏକ ଗ୍ୟାରେଜରେ କାମ କରନ୍ତି। ସେ ଶୁକ୍ରବାର ରାତିରେ ଗ୍ୟାରେଜରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତସେଠାରେ ନିଆଁ ଲଗାଇ ଦେଇଥିଲେ। ଗ୍ୟାରେଜ୍ ଭିତରେ ବହୁ ପରିମାଣର ପେଟ୍ରୋଲ, ଇଂଜିନ ଅଏଲ ସହ ଅନ୍ୟାନ୍ୟ ଦହନୀୟ ପଦାର୍ଥ ଥିବାରୁ ନିଆଁ ଆଖିପିଛୁଳାକେ ବ୍ୟାପୀ ଯାଇଥିଲା। ଫଳରେ ଚଞ୍ଚଲଙ୍କୁ ଉଦ୍ଧାର କଲାବେଳକୁ ସେ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ଘଟଣାସ୍ଥଳରୁ ଏକ ସିସିଟିଭି ଫୁଟେଜ୍ ଜବତ କରାଯାଇ ତଦନ୍ତ ଜାରି ରହିଥିବା ଜିଲ୍ଲା ପୋଲିସ ଏସ୍ପି ଅବଦୁଲ୍ଲା ଅଲ ଫାରୁକ କହିଛନ୍ତି। ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧ ଗ୍ୟାରେଜ ନିକଟରେ ବୁଲୁଥିବା ଜଣାପଡ଼ିଛି। ତେବେ ନିଆଁ ଗ୍ୟାରେଜ ଭିତର ପଟୁ ହିଁ ଧରିଥିଲା ବୋଲି ଏସ୍ପି କହିଛନ୍ତି। ଖବର ପାଇ ଦମକଳ ବାହିନୀ ଗ୍ୟାରେଜର ସଟର ତାଡ଼ି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଘଟଣାସ୍ଥଳରୁ ଚଞ୍ଚଲଙ୍କ ଦଗ୍ଧ ଶରୀର ଉଦ୍ଧାର କରାଯାଇଥିଲା ବୋଲି ଏସପି କହିଛନ୍ତି।
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳିଦେଲେ













Leave a Reply