ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ; ୫ ଜୀବନ୍ତଦଗ୍‌ଧ

Spread the love

ହାଇଦ୍ରାବାଦ: ହାଇଦ୍ରାବାଦର ନାମପାଲ୍ଲୀ ଷ୍ଟେସନରୋଡରେ ଏକ ପାଞ୍ଚ ମହଲା କୋଠାରେ ଥିବା ଏକ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ ଘଟି ୫ଜଣ ଜୀବନ୍ତଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସହ ଜଣେ ବୃଦ୍ଧା ରହିଛନ୍ତି। ସାଇ ବିଶ୍ୱାସ ଚାମ୍ବରର ଏହି କୋଠାରେ ବାଚା ଫର୍ଣ୍ଣିଚର ନାମରେ ଏକ ଗୋଦାମ ରହିଥିଲା। ଶୁକ୍ରବାର ବହୁ ପରିମାଣରେ ଚାଇନା ଫର୍ଣ୍ଣିଚର ଏଠାକୁ ମଗାଯାଇଥିଲା। ଗୋଦାମରେ ୨୨ଜଣ କାମ କରୁଥିଲେ। ଗୋଦାମର ଜଗୁଆଳି ୟାଦିହା ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ନିଜର ଦୁଇ ସନ୍ତାନ ପ୍ରଣିତ ଏବଂ ଅଖିଳଙ୍କ ସହ ରୁହନ୍ତି। ଶୁକ୍ରବାର ଦିନ୧ଟା ସମୟରେ ଏହି ଦମ୍ପତି କାମ ପାଇଁ ବାହାରକୁ ଯାଇଥିବା ବେଳେ ଗୋଦାର ନିଆଁ ଲାଗି ଯାଇଥିଲା। ଦୁଇଟି ଗୋଦାମରେ ନିଆଁ ଧରିବା ଫଳରେ ସେଠାରୁ ପ୍ରବଳ ଧୂଆଁ ବାହାରିଥିଲା। ଏହା ଦେଖି ମହମ୍ମଦ ଇମତାଜ୍ ଓ ସୟଦ ହବି ସାହସର ସହ ନିଆଁ ଘେରରେ ରହିଯାଇଥିବା ଦୁଇ ପିଲା ଓ ବିବି ନାମରେ ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁହେଁ ନିଆଁ କବଳରେ ପଡ଼ିଯାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!