କଟକ(ବ୍ୟୁରୋ): ନେତାଜୀଙ୍କ ସାହସ,ସଂଗ୍ରାମ,ଦେଶପ୍ରେମ ,ତ୍ୟାଗ ଓ ଅତୁଳନୀୟ । କେବଳ ସ୍ୱାଧୀନତା କିଭଳି ଆସିବ ଅନ୍ୟ ମାନେ ଚିନ୍ତା କରୁଥିବା ବେଳେ, ନେତାଜୀ ସ୍ୱାଧୀନତା ଆଣିବା ସହିତ କିଭଳି ରାଷ୍ଟ୍ର କୁ ବିକାଶ ପଥରେ ନିଆଯିବ ସେ ନେଇ ଚିନ୍ତା କରିଥିଲେ। ପରାକ୍ରମ ଦିବସ କେବଳ ନେତାଜୀଙ୍କ ସ୍ମୃତି ରକ୍ଷା ପାଇଁ ନୁହେଁ, ରାଷ୍ଟ୍ର ନିର୍ମାଣ ପାଇଁ ସଂକଳ୍ପ ନେବାର ଦିନ ହେବା ଆବଶ୍ୟକବୋଲି କହିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ପାଳନ ଅବସରରେ କଟକରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗଦେଇଥିଲେ ଉପରାଷ୍ଟ୍ରପତି । ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସୁଭାଷ ବୋଷଙ୍କ ଉପରେ ଏକ ପ୍ରଦର୍ଶନୀ, ଆଜାଦ ହିନ୍ଦ ଫୌଜ ଉପରେ ଡାକ ଟିକେଟ ଗ୍ୟାଲେରୀ ଓ ନେତାଜୀ ସଂସ୍କୃତି ଭବନରେ ଉଦଘାଟନ କରିଥିଲେ ଉପରାଷ୍ଟ୍ରପତି । ଏହି ଅବସରରେ ନେତାଜୀଙ୍କ ଜୀବନ କାହାଣୀ ତାଙ୍କ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା ବୋଲି କହିଥିଲେ । ସୁଭାଷ ବୋଷଙ୍କ ଦୃଷ୍ଟିକୋଣ ଓ ପରାକ୍ରମ ଭାବନା ଉପରେ ସେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ, ସ୍ୱାଧୀନତା ଭିକ୍ଷା କରି, ମାଗିକି ନୁହେଁ, ଛଡାଇ କି ନେବା ଆବଶ୍ୟକ ବୋଲି ନେତାଜୀ ଅନୁଭବ କରି ପାରିଥିଲେ ।କେବଳ ଇତିହାସ ପୃଷ୍ଠା ନୁହେଁ, ନେତାଜୀଙ୍କ ବିଚାରଧାରା ଜନମାନସରେ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ନାଁ ସ୍ମରଣ ମାତ୍ରେ ବୀରତ୍ୱ ଭାବନା ଜାଗ୍ରତ ହୁଏ । ସମଗ୍ର ଦେଶର ଦଶା ଆଉ ଦିଶାକୁ ବଦଳାଇ ଦେବା ଭଳି ନେତୃତ୍ୱ ହେଉଛନ୍ତି ନେତାଜୀ ସୁଭାଷ ବୋଷ । ଏପରି ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପ୍ରଚାର ପ୍ରସାର ଓ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ କରୁଛନ୍ତ । ଭାରତର ସଭ୍ୟତାଗତ ଯାତ୍ରାରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ଇତିହାସ, ଆଧ୍ୟାତ୍ମିକତା ଏବଂ ସଂସ୍କୃତି ଏକତ୍ରିତ ହୋଇଛି। ଜନଜାତି କଲ୍ୟାଣ, ଆଦିବାସୀ ସମ୍ପ୍ରଦାୟର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଲକ୍ଷ୍ୟବଦ୍ଧ ପ୍ରୟାସ ଏବଂ ନିରନ୍ତର ଭିତ୍ତିଭୂମି ବିକାଶ ଲାଗି ସେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ରାଜ୍ୟର ପ୍ରଗତିକୁ ନେଇ ବିଶ୍ୱାସ ପ୍ରକଟ କରି ସେ କହିଥିଲେ, ନିରନ୍ତର ସୁଶାସନ ସହିତ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ ହୋଇଥିବା ଭାଷଣ ପ୍ରସାରଣ କରାଯାଇଥିଲା। ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେତାଜୀଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିଛନ୍ତି। ୨୦୨୧ ମସିହାରୁ ନେତାଜୀଙ୍କ ଜନ୍ମବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି ଏବଂ ରସ୍ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ଭାବରେ ନାମିତ କରାଯାଇଛି। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ୱ, ନିର୍ଭୀକ ଦୃଷ୍ଟିକୋଣ ଏବଂ ଜାତୀୟ ସୁରକ୍ଷା ଓ ସ୍ୱାବଲମ୍ବନ ପ୍ରତି ଅଟଳ ପ୍ରତିବଦ୍ଧତା ପ୍ରକୃତରେ ତାଙ୍କର ପରାକ୍ରମ ଭାବନାକୁ ପ୍ରତିଫଳିତ କରେ। ସେ ଆହୁରି ମଧ୍ୟ କହିଥିଲେ, ପରାକ୍ରମ ଦିବସ କେବଳ ନେତାଜୀଙ୍କ ବୀରତ୍ୱକୁ ମନେ ପକାଇବାର ଏକ ଅବସର ନୁହେଁ। ବରଂ ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ସେବାରେ ସାହସିକ ଭାବରେ କାର୍ଯ୍ୟ କରିବା ପାଇଁ ଏକ ଆହ୍ୱାନ। ନେତାଜୀଙ୍କ ଜୀବନ କାହାଣୀ ତାଙ୍କ ମନରେ ପ୍ରଥମେ ଦେଶପ୍ରେମର ଉତ୍ସାହ ଭରିଥିଲା, ଯାହା ଜନସେବା ଏବଂ ଦେଇଥିବା ମହାନ ବଳିଦାନ ଏବଂ କଷ୍ଟକୁ ହୃଦୟଙ୍ଗମ କରିବାରେ ସହାୟତା କରିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ନେତାଜୀଙ୍କ ସାହସ, ସଂଗ୍ରାମ, ଦେଶପ୍ରେମ ଓ ତ୍ୟାଗ ଅତୁଳନୀୟ : ଉପରାଷ୍ଟ୍ରପତି















Leave a Reply