ପେଶୱାର: ପାକିସ୍ତାନର ଉତ୍ତରପଶ୍ଚିମ ଖେବର କଖ୍ତୁନଖ୍ୱାରେ ଶୁକ୍ରବାର ରାତିରେ ଏକ ବାହାଘର ଚାଲିଥିବା ବେଳେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ଅତିକମରେ ୫ଜଣଙ୍କ ପ୍ରାଣହାନି ଘଟିଛି ଏବଂ ଅନ୍ୟ ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ଶାନ୍ତି କମିଟି ସଦସ୍ୟଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ଦେରା ଇସଲାମିକ୍ ଖାନା ଜିଲ୍ଲାର ପୋଲିସ ଅଧିକାରୀ ସାଜ୍ଜିଦ ଅହମଦ ସାହିବଜାଦା ସ୍ପଷ୍ଟ କରିଛନ୍ତି ଶାନ୍ତି କମିଟି ସଦସ୍ୟ ନୁର ଆଲମ ମେହସୁଦଙ୍କ ଘରେ ବାହାଘର ଉତ୍ସବ ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଅତିଥିମାନେ ନାଚଗୀତରେ ମସ୍ଗୁଲ ଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ରହିଯାଇଥିବା ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା। ଉଦ୍ଧାର ପରେ ୧୦ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ, ଏକ ଦମଳକ ଗାଡ଼ି, ଗୋଟିଏ ବିପର୍ଯ୍ୟୟ ଗାଡ଼ି ନିୟୋଜିତ ଥିଲେ।
ବାହାଘର ଉତ୍ସବରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୫ ମୃତ













Leave a Reply