ଆଣ୍ଡାମାନ ଓ ନିକୋବର ଦ୍ୱୀପର ନାମ ‘ଆଜାଦ ହିନ୍ଦ୍‌’ ରଖାଯାଉ; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକଲେ କେ.କବିତା

Spread the love

ହାଇଦ୍ରାବାଦ: ଆଣ୍ଡାମାନ ଓ ନିକୋବର ଦ୍ୱୀପର ନାମ ବଦଳାଯାଇ ଏହାକୁ ‘ଆଜାଦ ହିନ୍ଦ୍‌’ ନାମରେ ନାମିିତ କରାଯାଉ ବୋଲି ତେଲଙ୍ଗାନା ଜାଗୃତିର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ କେ. କବିତା ଦାବି କରିଛନ୍ତି। ଶୁକ୍ରବାର ନେତାଜୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ସେ ଏହି ଦାବି ଜଣାଇଛନ୍ତି। ନୂଆ ନାମକରଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସମ୍ମାନ ହେବ ବୋଲି ସେ କହିଛନ୍ତି। ପରାକ୍ରମ ଦିବସ ଅବସରରେ ମୋଦିଙ୍କୁ ଚିଠି ଲେଖି କବିତା ମନେପକାଇ ଦେଇଛନ୍ତି ଯେ, ୧୯୪୩ ଡିସେମ୍ବର ୩୦ ତାରିଖରେ ନେତାଜୀ ପୋଟବ୍ଲେୟାରଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ବ୍ରିଟିଶ ଶାସନଠାରୁ ମୁକ୍ତ ହେବାରେ ପ୍ରଥମ ଭାରତୀୟ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ଆଜାଦ ହିନ୍ଦ୍ କାମଚଳା ସରକାର ଅଧୀନରେ ନେତାଜୀ ଆଣ୍ଡାମାନ ଓ ନିକୋବର ଦ୍ୱୀପର ନାମ ଯଥାକ୍ରମେ ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ରଖିଥିଲେ। ଏହି ଦ୍ୱୀପର ପୁନଃନାମକରଣ; ପ୍ରସ୍ତାବ ଦେଶ ପାଇଁ ଗର୍ବର ବିଷୟ ଏବଂ ଏହା ନୂତନ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କବିତା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!