ଏନ୍‌କାଉଣ୍ଟରରେ ଆତଙ୍କବାଦୀ ମୃତ

Spread the love

ଜମ୍ମୁ : ଜମ୍ମୁ ଓ କାଶ୍ମୀର କଠୁଆ ଜିିଲ୍ଲା ବିଲ୍ଲାୱାର ଅଞ୍ଚଳରେ ଶୁକ୍ରବାର ଏନ୍‌କାଉଣ୍ଟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ପରହେତର ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିବା ପରେ ସେନା ଯବାନ ଓ ଜମ୍ମୁ ଓ କାଶ୍ମୀର ପୋଲିସ ମିଳିତ ଭାବେ ସଂପୃକ୍ତ ଅଞ୍ଚଳକୁ ଘେରବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ମୃତ ଆତଙ୍କବାଦୀ ଜଣକ ଜୈସ-ଇ- ମହମ୍ମଦର ସଦସ୍ୟ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସେହି ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଅଛନ୍ତି କି ନାହିଁ ସେ ନେଇ ତଲାସି ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!